Breaking News

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ



ଭଂଜନଗର - ବିଷ ପିଇ ବିବାହିତ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ଭଂଜନଗର ଥାନା ଅନ୍ତର୍ଗତ ବାରୁଡା ନିକଟସ୍ଥ ସାନତୁଳସୀପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ସଂଗୀତା ନାୟକ (୩୫) । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ, ପାରିବାରିକ ଅସନ୍ତୋଷ ଯୋଗୁଁ ମହିଳା ଜଣକ ଏଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ଏନେଇ ପରିବାର ପକ୍ଷରୁ ଭଂଜନଗର ଥାନାରେ ଅଭିଯୋଗ ପରେ, ଥାନା କେଶ୍ ନମ୍ବର ୧୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତ ଦେହକୁ ଜବତ କରିଛେ ପୋଲିସ । ଭଂଜନଗର ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ, ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୭/୬/୨୦୨୫--୧୦,୩୫ Sakhigopal News,7/6/2025

Blog Archive

Popular Posts