Breaking News

ସତ୍ୟବାଦୀ ମହୋତ୍ସବ ଫେବୁୟାରୀ ୧୫ରୁ ତିନିଦିନ ଧରି ଅନୁଷ୍ଠିତ ହେବ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ମହୋତ୍ସବ ଫେବୃୟାରୀ ମାସ ୧୫, ୧୬ ଓ ୧୭ ତିନିଦିନ ଧରି ପଞ୍ଚଶଖା ମୁକ୍ତାକାଶ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି  ସାମ୍ବାଦିକ ସମ୍ମଳନିରେ ଅନୁଷ୍ଠାନର ସଭାପତି ଜାନକି ବଲ୍ଲଭ ମିଶ୍ର ପ୍ରକାଶ କରଛନ୍ତି   । ବିଗତ ବର୍ଷ ଅପେକ୍ଷା ଏ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ସମସ୍ତଙ୍କର ମତାମତ ଲୋଡାଯାଇଛି ବୋଲି ଅନୁଷ୍ଠାନର ସମ୍ପାଦକ ଜାନକୀ ବଲ୍ଲଭ ବରାଳ ସୁଚନା ପ୍ରଦାନ କରିଥିଲେ  । ସତ୍ୟବାଦୀ ମହୋତ୍ସବ ସତ୍ୟବାଦୀର ଦୁତୀୟ ପର୍ବ ବା କଳା, ସଂସ୍କୃତି ଓ ଭାଇଚାରର ମିଳନ  ।  ବିଗତ ଦିନରେ ଏହାକୁ ନ କରାଇ ଦେବା ପାଇଁ କେତକ ବ୍ୟକ୍ତି ବିଶେଷ ମାନେ ଅପ୍ରଚେଷ୍ଠା କରିଥିଲେ  । ମାତ୍ର ସତ୍ୟର ଜୟ ହେଲା ଭଳି ସତ୍ୟବାଦୀ ମହୋତ୍ସବ ୫ମ ବର୍ଷ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ବୋଲି ସଂଯୋଜକ ଦୀପକ କୁମାର ଶତପଥୀ କହିଛନ୍ତି । ବିଶେଷ କରି ତମାଳ ଶୋଭନୀୟ ପୁସ୍ତକ ପାଇଁ ସତ୍ୟବାଦୀ ଓ ସାମାଜିକ ବାର୍ତ୍ତା ବହନ କରୁଥିବା ଗଳ୍ପ ଓ କବିତା ଲେଖା ପଠାଇବାକୁ ମହୋତ୍ସବ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଲେଖା ଗୁଡିକ ୧୦ ତାରିଖ ମଧ୍ୟରେ ପହଞ୍ଚିବା ଦରକାର ବୋଲି ମହୋତ୍ସବ କମିଟିର ଉପଦେଷ୍ଠା ଦିଲିପ କୁମାର ମହାନ୍ତି  ସୁଚନା ଦେଇଛନ୍ତି । ମନ୍ଦିର ପାନ୍ଥଶାଳା ଠାରେ ଅନୁଷ୍ଠିତ ଖବରଦାତାର ସମ୍ମଳନୀ ଆରମ୍ଭରୁ  ଖବରଦାତା ତଥା ସତ୍ୟବାଦୀ ମହୋତ୍ସବ କମିଟିର ସଦସ୍ୟ ହୃଷିକେସ ମହାପତ୍ରଙ୍କ ଧର୍ମପତ୍ନୀ ବିଳାସିନି ଦେବୀଙ୍କ ଅକାଳ ବିୟୋଗରେ ଏକ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା  । ଏହି ଖବରଦାତା ସମ୍ମଳନୀରେ ଅନୁଷ୍ଠାନର ବିଭିନ୍ନ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts