Breaking News

ସ୍ୱୟଂ ସହାୟକ ଗୋଷ୍ଠୀ ଗୃହ ଉଦ୍ଘାଟନ କଲେ ବିଧାୟକ ଶ୍ରୀ ମହାରଥୀ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ହୁମର ଗ୍ରାମ ମୁଣ୍ଡରେ ମା କ୍ଷେତ୍ରପାଳୀ ସ୍ୱୟଂ ସହାୟକ ଗୋଷ୍ଠୀର ନୂତନ ଗୃହ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହି ଗୃହ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ଯୋଜନା ତଥା ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ, ଆମ ଯୋଜନାରେ ଏହି ପ୍ରକଳ୍ପଟି ସ୍ଥାନ ପାଇଥିଲା  । ସ୍ଥାନୀୟ ସରପଞ୍ଚ କାଳନ୍ଦି ଚରଣ ଜେନା କାର୍ଯ୍ୟାଦେଶ ପାଇବାର ଅଳ୍ପ ଦିନ ମଧ୍ୟରେ ଘର କାମ ସାରିଥିବାରୁ ବିଧାୟକ ଶ୍ରୀ ମହାରଥୀ ସରପଞ୍ଚଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଉଦ୍ଘାଟନ ଉତ୍ସବରେ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ତେଇଶିପୁର ସମିତିସଭ୍ୟ ଧରଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା, ଧାନକେରା ସରପଞ୍ଚ ପ୍ରସନ୍ନ ଜେନାଙ୍କ ସହ ବେରବୋଇ ପଞ୍ଚାୟତର ସମିତସଭ୍ୟ  ଅଭିମନ୍ୟୁ ରାଉତ, ସରପଞ୍ଚ ଙ୍କ ପ୍ରତିନିଧି କୈଳାସ ସ୍ୱାଇଁ ଓ ଗୁୁଆଳିପଡା ପଞ୍ଚାୟତର ଯୁବ ସଂଗଠକ ଦିପକ କୁମାର ଜେନା ପ୍ରମୁଖ  ଉପସ୍ଥିତ ରହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



Blog Archive

Popular Posts