ଦୁଇ ବର୍ଷ ମଧ୍ୟରେ ସାତଜଣ ପଞ୍ଚାୟତ ନିର୍ବାହି ଅଧିକାରିଙ୍କର ବଦଳି; ବିଧାୟକଙ୍କୁ ଦାୟୀ କଲେ ସରପଞ୍ଚ
ସାକ୍ଷୀଗୋପାଳ ------ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବଦଳିକୁ ନେଇ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ହରିହର ନନ୍ଦ ଏକ ପ୍ରେସ୍ତ ଇସ୍ତାହାରରେ ବିଧାୟକଙ୍କୁ ସିଧା ସଳକ ଅଙ୍ଗୁଳି ଦେଖାଇଛନ୍ତି । ସୁଚନାଯୋଗ୍ୟ, ଯେ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତର ଉନ୍ନତି ପାଇଁ ବିଭନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେଥି ମଧ୍ୟରୁ ଅନ୍ୟତମ ଆମ ଗାଁ ଆମ ବିକାଶ ଯୋଜନା । ମୁଖ୍ୟମନ୍ତୀ ପଞ୍ଚାୟତର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପକୁ ଅର୍ଥ ମଞ୍ଚୁର କଲେ ପଞ୍ଚାୟତର ଉନ୍ନତି ପାଇଁ । ମାତ୍ର ତାହା କେତେଦୂର ସଫଳତା ହୋଉଛି ତାହା ଦେଖିବାମକୁ କେହି ନାହିଁ ପୁରୀ ଜିଲ୍ଲାରେ । ସୁଚନାଯୋଗ୍ୟ ଯେ ପଞ୍ଚାୟତର ଉନ୍ନତି ପାଇଁ ମୁଖ୍ୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ । ଯଦି ଦୁଇବର୍ଷ ମଧ୍ୟରେ ସାତଜଣ ନିର୍ବାହୀ ଅଧିକାରିଙ୍କୁ ବଦଳି କରାଯିବ ତା ହେଲେ ଉକ୍ତ ପଞ୍ଚାୟତ ଅଗ୍ରଗତି କିପରି ହୋଉଥିବ ତାହା ଜିଲ୍ଲା ପ୍ରଶାସନ ନିଶ୍ଚୟ ଜାଣି ପାରୁଥିବ ବୋଲି ସରପଞ୍ଚ ଶ୍ରୀ ନନ୍ଦ କହିଛନ୍ତି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ଦୁଇ ବର୍ଷ ମଧ୍ୟରେ ୬ ଜଣ ପଞ୍ଚାୟତ କାର୍ଯ୍ୟନିବାହି ଅଧିକାରୀଙ୍କୁ ବଦଳି କରାଯିବାକୁ ନେଇ ସ୍ଥାନୀୟ ସରପଞ୍ଚ ପୁରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି । ସରପଞ୍ଚ ଭାବେ ହରିହର ନନ୍ଦ ଜିତିବାର ଦୁଇ ବର୍ଷ ମଧ୍ୟରେ ୬ଜଣ କାର୍ଯ୍ୟନିବ୍ରାି ଅଧିକାରୀଙ୍କୁ ବଦଳି ପରେ ଏବେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବଳଦି ପାଇଁ ପ୍ରସ୍ତୁତି ସରିଛି । ସେହିପରି ପଞ୍ଚାୟତର ବିଭିନ୍ନ ବ୍ୟାଙ୍କରେ ୪ଟି ଆକଉଣ୍ଟ ରହିଛି । ସେଥି ମଧ୍ୟରୁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସରପଞ୍ଚଙ୍କ ନାମରେ ହୋଇପାରିଛି । ଅନ୍ୟ ତିନୋଟି ବ୍ୟାଙ୍କ ଆକାଉଣ୍ଟ ତାଙ୍କ ନାମରେ ହୋଇ ପାରିନାହିଁ । ସେହିପରି ପଞ୍ଚାୟତର ବିଭିନ୍ନ କାଗଜ ପତ୍ର ହସ୍ତାନତର କରାଯାଉନାହିଁ ବୋଲି ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହା ଫଳରେକି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଘୋର ବ୍ୟାଘତ ସୃଷ୍ଟି ହୋଇଛି । ସବୁଠାରୁ ଆଚାର୍ଯ୍ୟର କଥା ଏ ସମ୍ପର୍କରେ ଜିଲ୍ଲାପାଳ, ପିଡି ଓ ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତି । ପଞ୍ଚାୟତର କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ବାରମ୍ବାର ବଦଳିକୁ ସରପଞ୍ଚ ଘୋର ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଏହି ଘଟଣାକୁ ନେଇ ଜନସାଧାରଣଙ୍କ ପାଖକୁ ଯିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି