Breaking News

ସ୍ତୀକୁ ନିର୍ଯ୍ୟାତନ ଦେବା ଅଭିଯୋଗରେ ସ୍ୱାମୀ ଗିରଫ

 ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଞ୍ଚଳର ସନ୍ତୋଷ କୁମାର ପ୍ରଧାନ ନିଜ ସ୍ତୀକୁ ଯୌତୁକ ଓ ମାନସିକ ନିର୍ଯ୍ୟାତନ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିବା ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଲ୍ଲିକଙ୍କ ଠାରୁ  ଜଣାପଡିଛି । ସୁଚନାଯୋଗ୍ୟ ଯେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚ,ର ରାଜଶ୍ରୀ ପ୍ରଧାନ ୧୫ ବର୍ଷ ତଳେ ହରିରାଜପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କୁ ବିବାହ କରିଥିଲେ  । ବିବାହ ସମୟରେ କଥା ଅନୁସାରେ ସମସ୍ତ ଯାନି ଯୌତୁକ ଝିଅ ଘରପଟୁ ଦିଆଯାଇଥିଲା ।  କିଛି ଦିନ ପରେ ସନ୍ତୋଷ ଅଧିକାଂଶ ସମୟରେ ରାଜଶ୍ରୀଙ୍କୁ ତାଙ୍କ ବାପଘରୁ ଅଧିକ ଯୌତୁକ ପାଇଁ ଦାବି କରି ଆସୁଥିଲେ  । ଶେଷରେ ନିରୁପାୟ ହୋଇ ରାଜଶ୍ରୀ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ଥାନା ଆଇଆଇସି ଅଶିତ ରଂଜନ ମହାନ୍ତି ଓ  ୧୬/୧୯ରେ ଏକ କେସରୁଜ କରି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଳଣ କରିଛନ୍ତି  । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts