Breaking News

ସତ୍ୟବାଦୀ ୟୁଥ୍ କାର୍ନିଭାଲ ଉଦ୍ଯାପିତ

 ସାକ୍ଷୀଗୋପାଳ----  ସତ୍ୟବାଦୀ ପଞ୍ଚସଖା ପଡିଆରେ ତିନିଦିନ ଧରି ଚାଲିଥିବା  ଦୁତୀୟ ବାର୍ଷିକ ସତ୍ୟବାଦୀ ୟୁଥ କାର୍ନିଭାଲ -୨୦୧୯ ଶନିବାର ବିଳମ୍ବିତ ରାତିରେ ଉଦ୍ଯାପିତ ହୋଇଯାଇଛି । ଗୁରୁବାର ଦିନ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ , ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଅନୁଷ୍ଠାନର ସଭାପତି ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ସକାଳେ ଉଦ୍ଘାଟନ କରିଥିଲେ  ।  ସଂଧ୍ୟାରେ ଯୁବକ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା , ପଦ୍ମଶ୍ରୀ ତଥା ରାଜ୍ୟ ସଭାସଦସ୍ୟ ରଘୁନାଥ ମହାପାତ୍ର, କୋରୋଇ ବିଧାୟକ ତଥା ଓଡିଆ ସିନେମା ଜଗତର କଳାକାର ଆକାଶ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାକୁ ଉଦ୍ଘାଟନ କରିଥିଲେ  । ଏହି ଅବସରରେ କବାଡି, କ୍ରିକେଟ ଆଦି ବିଭିନ୍ନ ପ୍ରତିଯୋଗିତା ଯୁବକ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଶେଷ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଭୁବନେଶ୍ୱର ସୁର ତରଙ୍ଗ ସାଂସ୍କୃତିକ ଅନୁଷ୍ଠାନ ସହିତ ପଛଦ ଓଡିଆ ଚଳଚିତ୍ରର ଗାୟ ସ୍ୱଂୟ ପ୍ରଭାସ ପାଢ଼ୀଙ୍କ ଗୀତରେ ଝୁମି ରହିଥିଲେ  ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ  । ଅନୁଷ୍ଠାନର ଉପଦେଷ୍ଠା ସତ୍ୟବାଦୀ ଦାସ ଖବରଦାତା ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ  । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆଲୋକ କୁମାର ଖୁଣ୍ଠିଆ  । ସହଯୋଗ କରିଥିଲେ ନିଶିକାନ୍ତ ପ୍ରଧାନ, ଅଭିଜିତି ସେନାପତି, ଆତ୍ମ ପ୍ରକାଶ, ବିକ୍ରମ କୁମାର ପାତ୍ର, ସୁବାଷ ପ୍ରଧାନ, ସୁର୍ଯ୍ୟକାନ୍ତ ଖୁଣ୍ଠିଆ, ଦେବାଶିଷ ପାତ୍ର, ବିକ୍ରମ କୁମାର ଜେନା, ତେଫାନ, ବବୁଲ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



Blog Archive

Popular Posts