Breaking News

ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ


ପିପିଲି ---- ଜଶୁଆପୁର ଓ ଭଗବତୀ ପୁର ଗ୍ରାମ ରେ ଡ: ପରେଶ କୁମାର ପଣ୍ଡା , ଏଡିଓ ସାକ୍ଷୀଗୋପାଳ ଅଧ୍ୟକ୍ଷତା ରେ ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡକ୍ଟର ଦୀପଶିଖା ପରମଜିତା, କ୍ଷେତ୍ର ବିଜ୍ଞାନୀ ଡକ୍ଟର ସାର୍ଥକ ପଟ୍ଟନାୟକ, ଡକ୍ଟର ପ୍ରଣୟ ପ୍ରଧାନ, ସିଫାର ମତ୍ସ୍ୟ ବୈଜ୍ଞାନିକ ଡକ୍ଟର ରାକ୍ଷୀ କୁମାରୀ ଏବଂ ଏନ୍ ଆଇ ଏଫ୍ ଏମ୍ ଡି ର ଫାଟୁଆ ରୋଗ ଵୈଜ୍ଞାନିକ ଡକ୍ଟର ରାଜିଭ୍ ରଞ୍ଜନ ପ୍ରମୁଖ ଯୋଗଦାନ କରିଥିଲେ। ଡକ୍ଟର ପଣ୍ଡା ଚାଷୀଭାଇ ଓ ଭଉଣୀମାନଙ୍କୁ  ବିକଶିତ କୃଷି ସଙ୍କଳ୍ପ ଅଭିଯାନର ପାଞ୍ଚଗୋଟି ତଥ୍ୟ ଉପରେ  ବିସ୍ତୃତ ଭାବରେ ବୁଝାଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ଵୈଜ୍ଞାନିକ ମାନେ ଚାଷୀ ଭାଇ ଭଉଣୀ ମାନଙ୍କ ସହିତ ଉନ୍ନତ କୃଷି ଯନ୍ତ୍ରପାତି, ଧାନ ବିହନ ଚୟନ, ସମନ୍ୟୁତ ରୋଗ ପୋକ ପରିଚlଳନl ଏବଂ ମୃତ୍ତିକା ପରୀକ୍ଷା ବିଷୟରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ। ଭିଡିଓ ମାଧ୍ୟମରେ ସରକାରଙ୍କର ବିଭିନ୍ନ ଯୋଜନା ତଥା ଚାଷୀମାନଙ୍କୁ ପ୍ରେରଣା ପ୍ରଦାନକାରୀ ସଫଳ କାହାଣୀକୁ କୃଷି ରଥରେ ପ୍ରଦଶ୍ରନ କରାଯାଇଥିଲା। କାର୍ଯ୍ୟକ୍ରମଟି ବ୍ଲକ କୃଷି ଅଧିକାରୀ ଶ୍ରୀ ବିକାଶ ବିହାରୀ ପୃଷ୍ଟିଙ୍କ ତତ୍ୟାବଧନରେ ଅନୁଷ୍ଠିତ ହୋଇଥିଲା।ଚାଷୀ ମାନେ ମଧ୍ୟ ନିଜର ସମସ୍ୟା ଏବଂ କଣ କଲେ ଚାଷର ବିକାଶ ହୋଇପାରିବ ସେହି ବିଷୟରେ ବୈଜ୍ଞାନିକ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ପିପିଲି ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୬/୨୦୨୫---୯,୧୦ Sakhigopal News,7/6/2025

Blog Archive

Popular Posts