Breaking News

ଡେଲାଙ୍ଗରେ ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ପାଳିତ

 ଡେଲାଙ୍ଗ ------ ବୀରପୁରୁତ୍ତୋମପୁର ମାଣଚିନାଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନେତାଜୀଙ୍କ ଜୟନ୍ତୀଙ୍କ ଫଟୋ ଚିତ୍ରରେ ଛାତ୍ର ଛାତ୍ରୀ ମାନେ ପୁଷ୍ପମାଲ୍ୟ , ପ୍ରଦୀପ ପ୍ରଜ୍ୱଳନ କରି ନେତାଜୀଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥଲେ  । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ  । ଭବିଷ୍ୟତରେ ନେତାଜୀଙ୍କ ଭଳି ଦୁଃସାହସିକ ଭାବେ ଦେଶ ପ୍ରତି କାର୍ଯ୍ୟ କରି ନାମ ରଖିବା ପାଇଁ ଆଚାର୍ଯ୍ୟ ପ୍ରତାପ କୁମାର ଜେନା ମନ୍ତବ୍ୟ ପ୍ରଦାନ କରିଥିଲେ  । ଗୁରୁମା ବାସନ୍ତି ମଞ୍ଜରୀ ଶତପଥି, ଜ୍ୟେସ୍ନାମୟୀ ଲେଙ୍କା, ସଂଘମିତ୍ର ରାଉତ ପୂଜା ପରିଡା ଓ ଅମ୍ବିକା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ  । ସେହିପରି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ କ୍ଳବ ମାନଙ୍କରେ ନେତାଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts