ବାଲିଗୁଡା ବ୍ଳକରେ ବିଭିନ୍ନ ଅନୁଷ୍ଠାନରେ ସାଧାରଣତନ୍ତ ଦିବସ ପାଳିତ
ବାଲିଗୁଡା----- କନ୍ଧମାଳ ଜିଲ୍ଲା ବାଲିଗୁଡାରେ ୭୦ତମ ଗଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ସରକାରି ବେ ସରକାରି ଶିକ୍ଷା ଅନୁଷ୍ଠାନ ,ବ୍ଯବସାୟ ପ୍ରତିଷ୍ଠାନ, କ୍ଳବ, ସେଚ୍ଛାସେବି ଅନୁଷ୍ଠାନ , ଥାନା, ତହସିଲ, ବ୍ଳକ ସହିତ ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ ଅନୁଷ୍ଠାନରେ ଗଣତନ୍ତ ଦିବସ ଅବସରରେ ଜାତୀୟ ପତକା ଅତିଥି ମାନଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିଲା । ବାଲିଗୁଡା ମା ଦକ୍ଷିଣକାଳୀ ଅଟୋ ମହାସଙ୍ଘର କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ବିପ୍ରଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଅଟୋ ସଙ୍ଘର ସଭାପତି ତାପସ କୁମାର ନାୟକ,ସମ୍ପାଦକ ମୃତ୍ୟୁଞ୍ଜୟ ଦାସଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।