Breaking News

ଅଜଣା ଗାଡି ଧକ୍କାରେ ଯୁବକ ଆହତ ; ସାହାର୍ଯ୍ୟର ହାତ ବଡାଇଲା ୨୨୨ ସଂଗଠନ

 ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ହୁମର ଗ୍ରାମର ଦଳିତ ସାହିର ଅଚ୍ୟୁତ ଭୋଇ( ୪୮)ବର୍ଷ  । ଅଚ୍ୟତ ଜଣେ ମାନସିକ ରୋଗୀ ଭାବରେ ଅଞ୍ଚଳରେ ଜଣାଶୁଣା  । ଗତ ୧୩ ତାରିଖ ଦିନ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଭାବରେ ଆହତ ହୋଇ ଡେଲାଙ୍ଗ- ପଟ୍ଟନାୟିକିଆ ରାସ୍ତାରେ ପଡିଥିଲେ  । ଏହା ଦେଖି ଗ୍ରାମବାସୀ ଓ କିଛି ଉଦ୍ଦୀୟମାନ ଯୁବକ ତାଙ୍କୁ ମେଡିକାଲ ନେବା ସହ ତାଙ୍କ ଘରକୁ ଖବର ଦେଇଥିଲେ  । ତାଙ୍କ ପରିବାର କହିଲେ ବିଧବା ମା ହୋଉଛି ଏକ ମାତ୍ର ସାହାଭରଷା  । ଅଚ୍ୟୁତଙ୍କର ଡାହଣହାତ ଓ ଗୋଡ ଦୁଇଟି ଯାକ ଜଖମ ହୋଇଥିବା  ଜଣାପଡିଛି  । ରୟାଲ ଡେଲାଙ୍ଗ ୨୨୨ ଯୁବ ସଂଗଠନ ପକ୍ଷରୁ ଏହି ପରିବାରଙ୍କୁ ୨୨ଶହ ଟଙ୍କା ଚିକିତ୍ସା ପାଇଁ ଅଚ୍ୟୁତଙ୍କ ମା ହୋମ ଭୋଇଙ୍କୁ ପ୍ରଦାନ କରାଯାଇଛି । ସଂଗଠନର ସଭାପତି ସମୟ ରଞ୍ଜନ ବିଶ୍ୱାଳ ଳ ରଞ୍ଜନ ରାଉତ ରାଏ. ଅଜୟ ବେହେରା ଓ ବିଜୟ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ  ।  ଅଚ୍ୟୁତଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିବା ଜଣାପଡିଛି  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts