Breaking News

ଅଳଗୁମ ଜାଗେଶ୍ୱରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ

 ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଜାଗଶ୍ୱେରୀ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତ୍ୀ ଶନିବାର ଅପରାହ୍ନରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ  ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ  ଯୋଗଦେଇ  ମାତା ପିତା ମାନେ ନିଜ ପିଲାମାନଙ୍କୁ ଆଗକୁ ବଡିବା ପାଇଁ ସାହସ ଓ ଉତ୍ସାହ ଯୋଗାଇ ଦେବାର ଆବଶ୍ୟକତା ଆଜିର ଦିନରେ ରହିଛି  ବୋଲି  ରାଜ୍ୟପାଳ  ଶ୍ରୀଲାଲ କହିଥିଲେ  ।  ସଭା କାର୍ଯ୍ୟ ଆରମ୍ଭରେ  ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦ୍ୱୀପ ପ୍ରଜ୍ଜଳନ କରାଯାଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା  । ଅତିଥି ମାନଙ୍କୁ ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ଫୁଲତୋଡା, ଉତ୍ତରୀୟ ଦେଇ ସମ୍ବଦ୍ଧିତ କରାଯାଇଥିଲା  । ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାପାତ୍ର ବିବରଣି ପାଠ କରିଥିଲେ  ।  ସଭାରେ ମୁଖ୍ୟ ବକ୍ତାଭାବେ ଭାଷା, ସହିତ. ସଂସ୍କୃତି ବିଭାଗର ସଚ୍ଚିବ ମନୋରଞ୍ଜନ ପ୍ରାଣୀଗ୍ରାହି ଯୋଗଦେଇ କହିଥିଲେ  ସ୍ୱପ୍ନ ଦେଖ ସମ୍ଭାବନା ଅଛି ସେହି ସ୍ୱପ୍ନ ତୁମକୁ ଆଗେଇ ନେଇଯିବ ବୋଲି ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପରମାର୍ଶ ଦେଇଥିଲେ  ।  ଜୟନ୍ତୀ  କମିଟିର ସଭାପତି ଡ. ବ୍ରଜ କିଶୋର ଜେନା   ସୁବର୍ଣ୍ଣ ଜୟନ୍ତୀ ପାଠ କରିଥିଲେ  । ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ  ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କମ୍ପ୍ୟୁଟର ଗୃହ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ଅଞ୍ଚଳରେ ପାନୀୟ ଜଳର ଏକ ମେଗା ପ୍ରକଳ୍ପ ନିର୍ମାଣ କରାଯାଇ ପାନୀୟ ଜଳର ସମସ୍ୟା ଦୂର କରାଯିବ ବୋଲି କହିଥିଲେ  । କାହାକୁ ନକଲ ନକରି ନିଜର ଦକ୍ଷତା ବଳରେ ଆଗେଇ ଯିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ  । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ସ୍ମରଣିକା ଜାଗୃତି ଉନ୍ମୋଚିତ ହୋଇଥିଲା  । ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ଅତିଥିଭାବେ ଯୋଗଦେଇଥିଲେ  । ଅନୁଷ୍ଠାନ ପକ୍ଷରୁ ପୂର୍ବତନ ଶିକ୍ଷକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମଦ୍ଧିତ କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ଡ. ଗୌରବ ମୟ ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କାର ପ୍ରାପ୍ତ ବୀରେନ୍ଦ୍ର ମହାନ୍ତି, ଏସଡିପିଓ ଦୀଲିପ କୁମାର ତ୍ରିପାଠୀ, ପ୍ରାକ୍ତନ ଶିକ୍ଷକ ଅଶୋକ ପ୍ରଧାନ, ବିଜୟ କୁମାର ପରିଡା, ପୁରାଚନ ଛାତ୍ର ଯଯାତି କେଶରୀ ରାୟ , ପ୍ରଶାନ୍ତ ବିଶ୍ୱାଳ ଓ ଗ୍ରାମବାସୀ , ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ର ଳ ବିଦ୍ୟାଳୟର ଶିକ୍ଷକ ଶିକ୍ଷ୍ରତୀ ବର୍ତ୍ତମାନର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ  ।  ଆଇନଜିବୀ ଅଞ୍ଜନ କୁମାର ହୋତା ସଭା ପରିଚାଳନା କରିଥିଲେ  ।  ସଂଧ୍ୟାରେ ବିଭିନ୍ନ ସଂସ୍କୃାତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ଆଇନଜିବୀ ଅଞ୍ଜନ କୁମାର ହୋତା ସଭା ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts