Breaking News

ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ଅବସରରେ ଫଟୋଚିତ୍ର ପଦର୍ଶନୀ

ଡେଲାଙ୍ଗ--- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ତିନିଦିନ  ବ୍ୟାପୀ ‘ଜାତୀୟ  ଗ୍ରାମୀଣ ଗାନ୍ଧୀ ମହୋତ୍ସବ  ଓ ସ୍ୱଦେଶୀ ମେଳା  କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ଏକ ଫଟୋ ଚିତ୍ର ପଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ପଟୋଚିତ୍ରର ଆୟୋଜକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୁରୀ ।  ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଓ ଭୁବନେଶ୍ୱର ଲୋକସଭା ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ଫଟୋଚିତ୍ର ପଦର୍ଶନୀକୁ ଉଦଘାଟନ କରିବା ସହ ମହାମହିମା ରାଜ୍ୟପାଳ ଗାନ୍ଧୀଙ୍କ ଫଟୋଚିତ୍ର ବୁଲିକି ଦେଖିଥଲେ  ।  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ଓ ଉପଖଣ୍ଡ ସୂଚନା ଅଧିକାରୀ ଜିତେନ୍ଦ୍ରୀୟ ଜେନା ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts