ସତ୍ୟବାଦୀ ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣି; ୭୯ ଟି ଅଭିଯୋଗରୁ ୭ ଅଭିଯୋଗ ବିଚାର
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକର ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାଶନ କାର୍ଡ, ରାସ୍ତା, ପାନୀୟ ଜଳ ଯୋଗାଣ ବିଦ୍ୟୁତ, ପାଇଖାନା, ଭର୍ତ୍ତା ଆଦି ସମ୍ପର୍କେ ୭୯ଟି ଅଭିଯୋଗ ଆସଥିବା ବେଳେ ମାତ୍ର ୭ ଟି ଅଭିଯୋଗର ଫଇସଲା ହୋଇଥିବା ଜିଲ୍ଲ୍ରା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ଅଧିକାରୀ ଜିତେନ୍ଦ୍ର କୁମାର ନାୟକଙ୍କ ଠାରୁ ପ୍ରକାଶ । ସୁଚନାଯୋଗ୍ୟ ଯେ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ହରିହର ନନ୍ଦ ଅଭିଯୋଗ କରିଥିଲେ ଯେ ପଞ୍ଚାୟତ ନିର୍ବାଚନ ସରିବା ପରଠାରୁ ସାତଜଣ ପଞ୍ଚାୟତ କାର୍ଯ୍ୟନିବାର୍ହୀ ଅଧିକାରୀଙ୍କୁ ବଦଳି କରାଯାଇଛି । ଯାହାକି ପଞ୍ଚାୟତର ଉନ୍ନତି ସମ୍ପର୍ଣ୍ଣ ଠପ ହୋଇଯାଇଛି । ଏବେ ଯେଉଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଛନ୍ତି ତାଙ୍କର ଦୋଷ କ’ଣ ଏବଂ କ’ଣ ପାଇଁ ତାଙ୍କୁ ବଦଳି କରାଯାଉଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏହାର ତୁରନ୍ତ ବିଚାର କରିବା ପାଇଁ ସେ ନିବେଦନ କରିଛନ୍ତି । ଅଳଗୁମ ପ୍ରାଥମିକ ବିଦ୍ୟାଳୟ ଖଣ୍ଡାୟତ ସାହିର ପ୍ରଶାନ୍ତ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ ୪୫ ଜଣ ପିଲାରେ ଜଣେ ଶିକ୍ଷକ , ୫ଟି କ୍ଳାସ । ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବୀ କରିଛନ୍ତି । ଦୁଗଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ ଖଟେଇ ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ପାନୀୟ ଜଳ ଯୋଗାଣରେ ଉକ୍ତ ପଞ୍ଚାୟତରେ ବ୍ୟାଘତସୃଷ୍ଟି ହୋଇଛି ବୋଲି ଅଭିଯୋଗ ଆଣିଥିଲେ । ସେହିପରି ବ୍ଳକ ଛକ ଏବେ ମରଣଯନ୍ତ୍ରା ପାଲିଟିଛି । ତୁରନ୍ତ ସେଠାରେ ଉଚ୍ଚ ସମ୍ପନ୍ନ ଆଲୋକ ବ୍ୟବସ୍ଥା ସହିତ ଟ୍ରାଫିକ ପୋଲିସ ନିୟୋଜିତ କରିବା ପାଇଁ ସେ ଦାବୀ କରିଥିଲେ । ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଦ୍ୱବ ଚନ୍ଦ୍ର ମାଝୀ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର ସାକ୍ଷୀଗୋପାଳ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ କୌଣସି ବିଦ୍ୟୁତ ଖୁଣ୍ଠରେ ଆଲୋକ ଜଳୁନାହିଁ । କାଦୁଆ ସରପଞ୍ଚ ସୁବାଷ ମହାପାତ୍ର ଅଭିଯୋଗ କରିଥିଲେ ଯେ ବରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୩ଶହ ଛାତ୍ର ଛାତ୍ରୀଙ୍କୁ ଦୁଇଟି କ୍ଳାସ ରୁମ ବୋଲି ଜଣାଇଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରାଯାଉନାହିଁ । ସେହିପରି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ କି ଶୌଚାଳୟ ନାହିଁ, ତିନିମାସ ହେଲା ପଞ୍ଚାୟତ ତରଫରୁ ଲାଗିଥିବା ଏଲଇଡି ବଲ ଏବେ ଅଚଳ, ତିନିମାସ ହେଲା ଶସ୍ମାନ ଗୃହ କାର୍ଯ୍ୟ ସରିଥିଲେ ମଧ୍ୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀ ବ୍ଳକର ଜେଇଙ୍କ ମନମୁଖୀ କାର୍ଯ୍ୟ ଯୋଗୁ କାମ କରିଥିଲେ ମଧ୍ୟ ବିଲ ପାଉନାହାନ୍ତି ଯାହାକି ଆଗାମି ଦିନରେ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ସମିତିସଭ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ବୀରରାମଚନ୍ଦ୍ରପୁର ନାଏବ ସରପଞ୍ଚ ଭାନୁ ମୁଦୁଲି ଅଭିଯୋଗ କରିଛନ୍ତି ୫୦ଜଣ ବିଜୁପକ୍କା ଘର ଓ ପ୍ରଧାନମନ୍ତୀ ଆବାସ ଯୋଜନାରେ ଘର କରି ଏବେ ପ୍ରେସାହନ ରାଣି ପାଉନାହାନ୍ତି, ୪୦ ଜଣ ସ୍ୱଚ୍ଛ ଭାରତ ଅଭିଯାନରେ ପାଇକାନା ନିର୍ମାଣ କରିବା ପରେ ସେମାନଙ୍କ ଫାଇଲି ବିଭାଗୀୟ କାର୍ଯ୍ୟାଳୟରୁ ଗାଏବ ହୋଇଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ତୁରନ୍ତ ଏହାର ସମାଧାନ କରିବା ପାଇଁ ପିଡି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୋବିନ୍ଦ ମହାପାତ୍ର ଅଭିଯୋଗ କରିଥିଲେ ଜଣେ ଦଳିତ ମହିଳାଙ୍କ ସ୍ୱାମୀ ମୃତ୍ୟୁ ହେବାର ପ୍ରାୟ ଦୁଇବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ ସାହର୍ଯ୍ୟରୁ ସେ ବଞ୍ଚିତ ବୋଲି ଅଭିଯୋଗ କରିଥିଲେ । ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଭିଁପୁର ଗ୍ରାମର ଘନ କାଣ୍ଡି ୧୨-୧୩ ବର୍ଷରେ ୭୦ ହଜାର ଟଙ୍କାରେ ଏକ ଗୃହ ନିର୍ମାଣ ପାଇଁ ୱାର୍କ ଅର୍ଡର ପାଇଥିଲେ । ଘର କରି ସାରିଥିଲେ ମଧ୍ୟ ତାଙ୍କୁ ମାତ୍ର ମିଳିଚି ୧୫ ହଜାର ଟଙ୍କା ବୋଲି ଅଭିଯୋଗ କରିଥିଲେ । ସେହପରି ବିଭିନ୍ନ ପଞ୍ଚାୟତରୁ ବହୁ ଅଭିଯୋଗ ଆସିଥିଲା ସେମାନେ ଘର କରିଥିଲେ ମଧ୍ୟ ପଇସା ପାଉ ନାହାନ୍ତି ବୋଲି ଏହା ଦେଖି ପିଡି ଶ୍ରୀ ମାଝୀ ତୁରନ୍ତ ଏହି ଅଭିଯୋଗ ଗୁଡିକ ଫଇସଲା କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲୋ ପେଣ୍ଠପଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଗୀତାରାଣି ଭୋଇ ଅଭିଯୋଗ କରିଥିଲେ ଯେ ତାଙ୍କ ପଞ୍ଚାତରେ କେତେକ ଭୂମିହୀନ ପରିବାର ଅଛନ୍ତି ସେମାନେ ଦରଖାସ୍ତ କରିବା ପରେ ତଦନ୍ତ କରାଯାଇଥିଲା ମାତ୍ର ତାହା ଏବେ ଫାଇଲି ମଧ୍ୟରେ ରହିଛି । ବିଦ୍ୟୁତ ସଂଯୋଗ କରିବା ପାଇଁ କିଟ୍ ଲଗାଯାଇଛି ମାତ୍ର ଖୁଣ୍ଠ ପଡିନାହିଁକି ତାର ଟଣା ଯାଉନାହିଁ ବୋଲି ଅଭିଯୋଗ କରିଥିଲେ । ଏହାର ସମାଧାନ କରିବା ପାଇଁ ପିଡି ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କୁ କହିଥିଲେ । ପରଜାପଡା ଗ୍ରାମ ପଞ୍ଚାୟତର କାଳୁ ପରିଡା ନାଏବ ସରପଞ୍ଚ ଙ୍କ ସହିତ ଅନ୍ୟ ୱାର୍ଡ ସଭ୍ୟସଭ୍ୟା ମାନେ ଅଭିଯୋଗ ଆଣିଥିଲେ ଯେ ସରପଞ୍ଚ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କଲ୍ୟାଣ ଯୋଜନା ସମ୍ପର୍କେ କାହାରିକୁ ଜଣାଯାଉନାହିଁ ବୋଲି ଅଭିଯୋଗ ଆଣିଥିଲେ । ସେହପିର ବଲଙ୍ଗା ଅଞ୍ଚଳର ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଥିଲେ । ବିଦ୍ୟାଳୟ ନଥିବା ବେଳେ ଉକ୍ତ ବିଦ୍ୟାଳୟକୁ ଶିକ୍ଷକ ବଦଳି । ଗଣିତ ଓ ବିଜ୍ଞାନ ଶିକ୍ଷକ ନାହାନ୍ତି ତୁରନ୍ତ ଶିକ୍ଷକ ନିଯୁକ୍ତି କର ନଚେତ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଅବିଭାବକଙ୍କ ସହ ଗ୍ରାମବାସୀ ମାନେ ବିଦ୍ୟଳୟରେ ଚାବି ପକାଇ ଧାରଣା ଦେବେ ବୋଲି ଜିଲ୍ଲାପାଳଙ୍କ ଅଭିଯୋଗରେ ଜଣାଇଥିବାର ଜଣାପଡିଛି । ଅଭିଯୋଗ ଶୁଣାଣି ଶିବିରରେ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ଡ. ଗୌରବ ମୟ ପ୍ରଧାନ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଡିପିସି ସୌନ୍ଦଜ୍ୟ ମଞ୍ଜରୀ ଦାସ, ଡିଆରଏଏସ ରୋଜାଲିନି ସେନାପତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଏସଡିପିଓ ଦୀଲିପ କୁମାର ତ୍ରିପାଠୀ, ଥାନା ଆଇଆଇସି ଜ୍ୟେତି ପ୍ରକାଶ ସ୍ୱାଇଁ, ଅତିରିକ୍ତ ବିଡିଓ ଶାରଦା ପ୍ରସନ୍ନ ମହାନ୍ତିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।