ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକଞ୍ଚସ୍ଥିତ ବିବକୋନନ୍ଦ ଶିକ୍ଷା କେନ୍ଦ୍ରର ଉନବିଂଶତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବେରବୋଇ ଗାନ୍ଧୀ ପୀଠରୁ କ୍ରୀଡା ଜ୍ୟୋତି ସଂଗ୍ରହ କରାଯାଇଥିଲା । ଡେଲାଙ୍ଗ ବଜାର ଦେଇ ଡେଲାଙ୍ଗ ରେଳ ପଡିଆ ଠାରେ ଅନୁଷ୍ଠାନର ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ ଜ୍ୟୋତିକୁ ପଡିଆରେ ସ୍ଥାପିତ କରିବା ସହ କ୍ରୀଡା ପତକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଅଶୋକ କୁମାର ବଳିୟାରସିଂହ, ଶିକ୍ଷୟତ୍ରୀ ଅନୁସୟା ପଣ୍ଡା, ଓ ମିନତୀ ବାରିକ ପରିଚାଳନା କରିଥିଲେ । ଅନୁଷ୍ଠିତ ସଭାରେ ଡେଲାଙ୍ଗ ଗାଦିବହ୍ମ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପକ ଲକ୍ଷ୍ମୀଧର ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ପାଠ ସହିତ କ୍ରୀଡା ଜଡିତ ବୋଲି କହିଥିଲେ । ବିଦ୍ୟାଳୟର ପରିଚାଳନା ସଭାପତି ତ୍ରିଲୋଚନ ମହାରଣା ଓ ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, ସଦସ୍ୟ ସୁବାଷ ଚନ୍ଦ୍ର ଜେନା, ପ୍ରଧାନ ଆଚାର୍ଯ୍ୟ ଯୋଗଦେଇ ଖେଳରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଶିକ୍ଷକ ଅଞ୍ଜନ ରାଉତ ଓ ଚିତରଞ୍ଜନ ପରିଡାଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି