Breaking News

ଭୂମିହିନ ପରିବାରଙ୍କୁ ଜମି ପଟ୍ଟା ଯୋଗାଇ ଦେବାକୁ ଦାବି

 ବାଲିଗୁଡା---- କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳର ୧୨ ନଂୱାର୍ଡର  ତଥା ଗୁଳିମରା ପଦାସାହି ଗ୍ରାମ ବାସୀ ମାନେ ଘରବାରି ପଟ୍ଟା ଦାବୀ କରି ଉପଜିଲ୍ଲା ପାଳ ଅଫିସ ଆଗରେ ବିକ୍ଷୋଭ କରିଥିଲେ  । ସୁଚନାଯୋଗ୍ୟଯେ  ୭୦ବର୍ଷରୁ ଅଧିକ ଦିନ ହେବ ଏମାନେ ଘର କରି ରହି ଆସିଛନ୍ତି । ଏଠାରେ ଏମାନଙ୍କର ଭୋଟର ପରିଚୟପତ୍ର, ରାଶନ କାର୍ଡ, ଆଧାର କାର୍ଡ ମିଳିଥିଲେ ମଧ୍ୟ ନିଜର ଜମି ନାହିଁ ବା ଘରବାରୀ ପଟ୍ଟା ନାହିଁ  । ଏଥିଯୋଗୁ ସେମାନେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି । ଏପରିକି ପିଲା ମାନଙ୍କର ଉଚ୍ଚ ଶିକ୍ଷିତ ବା ପାଠ ପଢ଼ା ସମୟରେ ଜାତିଗତ ଓ ସ୍ଥାୟୀ ପ୍ରମାଣ ପତ୍ର ମିଳିବାରେ ଘୋର ଅସୁବିଧା ହୋଉଛି । ସେହିପରି ରାଜ୍ୟ ସକରାରଙ୍କ ବିଜୁ ପକ୍କାଘର ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳଙ୍କ ଜରିଆରେ ସାଂସଦଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗ୍ରାମରୁ ଶତାଧିକ ମହିଳା ପୁରୁଷ ମାନେ ଦାବିପତ୍ର ଦେବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା,

Blog Archive

Popular Posts