ବୋଲରୋ ଧକ୍କାରେ ଯୁବକଙ୍କର ମୃତ୍ୟୁ
ପିପିଲି --- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ନଂ- ୩୧୬ର ସିଫା ଛକ ନିକଟରେ ଏକ ବୋଲୋର ଧକ୍କାରେ ମଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି । ସୁଚନା ଯୋଗ୍ୟ ଯେ ନିମାପଡା ଥାନା ଅନ୍ତର୍ଗତ ଧୀରପୁର ଗ୍ରାମର ବିଜୟ ମଲ୍ଲିକଙ୍କ ପୁଅ ଦୀପକ ଦାସ (୨୯) ତାଙ୍କ ମଟର ସାଇକେଲ ନଂ ଓଡି- ୦୫- ଡି- ୩୪୦୭ ଯୋଗେ ଭୁବନେଶ୍ୱର ଯାଉଥିଲେ । ସିଫା ନିକଟରେ ଏକ ବୋଲୋର ଧକ୍କା ଦେଇଥିଲା । ବୋଲୋର ଗାଡି ନଂ- ଓଆର- ୦୧- ଆର- ୩୪୨୮ । ଦୀପକ ଗୁରୁତର ହୋଇ କ୍ୟାପଟାଲ ମେଡିକାଲରେ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାର ଜଣାପଡିଛି । ଉତ୍ତରାଫାଣ୍ଡି ଅଧିକାରୀ ଅଶୋକ ଗୋଛାୟତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୨୮/୧୯ରେ ଏକ କେସରୁଜ କରି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରିଥିବାର ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର