ଗୋବଂଶର ସୁରକ୍ଷା , ଜୈବିକ ସାର ସମ୍ପର୍କିତ ଆଲେଚନା ଚକ୍ର
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ପଟ୍ଟନାୟିକିଆ ମହାବଳପେଡା ସ୍ଥିତ ବରାଳ ବାଲୁଙ୍କେଶ୍ୱର ଚାରିଟେବୁଲ ଟ୍ରଷ୍ଟଦ୍ୱାରା ପରିଚାଳିତ ଗୋଶାଳା ପରିସରରେ ଦିନିକିଆ ଜୈବିକ ସାର ଓ ଗୋ ବଂଶର ସୁରକ୍ଷା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଆଜିର ଦିନରେ ବଡ ବଡ ବୈଜ୍ଞାନିକ ମାନେ ଏବେ ମତ ପ୍ରକାଶ କଲେଣି । ଜୈବିକ ସାର ପ୍ରୟୋଗ କରି ଅଳ୍ପ ଖର୍ଚ୍ଚ ସହ ନୀରୋଗ ଫସଲ ଅମଳକରିବା ସହ ଚାଷୀ ମାନେ ଲାଭବାନ ହୋଇପାରିବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ବୋଲି କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏହି ଆଲେଚନା ଚକ୍ରରେ ଶଙ୍କର୍ଷଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଚାରିଟେବୁଲ ଟ୍ରଷ୍ଟର ସଭାପତି ମହେଶ୍ୱର ପ୍ରଧାନ ଭାରତୀୟ କୃଷି ଗୋ ସମ୍ପଦ ଉପରେ ନିର୍ଭର କରିଥିଲା । ଏବେ ଗୋ ବଂଶ ଯେପରି ଭାବରେ ଅଧଃପତନ ଘଟୁଛି ତାହାର ପରିଣାମ ଆମକୁ ଓ ଆମ ପୀଢ଼ି ମାନଙ୍କୁ ଭୋଗିବାକୁ ପଡୁଛି ବୋଲି କହିଥିଲେ । ଏଣୁ ପଶୁ ନିଷ୍ଠୁରତାଆଇନକୁ ଆୟୁଧ କରି ଗୋ ସୁରକ୍ଷା ନିମନ୍ତେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ନିସ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଗୋଶାଳାର ସଭାପତି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଆଲେଚନା ଚକ୍ରରେ ଅରବିନ୍ଦ ଦାଶ, ପ୍ରଫୁଲ ମିଶ୍ର, ସୁଦର୍ଶନ ବିଶ୍ୱାଳ, ଅଶ୍ନିନ ପତି, ଜୟନ୍ତ କୁମାର ତ୍ରିପାଠୀ, ରମେଶ ଚନ୍ଦ୍ର ଉତ୍ତରକବାଟ, ଭିକାରୀ ସେନାପତି ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅଂଶଗ୍ରହଣ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି