Breaking News

ପିଠା କାର୍ଯ୍ୟକ୍ରମରେ ସୁନେତ୍ର ଯୋଜନାର ଶୁଭାରମ୍ଭ କଲେ ; ବିଧାୟକ ଶ୍ରୀ ମହାରଥୀ

ପିପିଲି---- ପଥମ ପର୍ଯ୍ୟାୟରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ପିପିଲି ବ୍ଳକରେ ପ୍ରଥମ ସ୍ଥାନ ହାସଲ କରିଥିବା ତେଇଶିପୁର ଗ୍ରାମ ପଞ୍ଚାୟତରେ ଶୁକ୍ରବାର ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପିଠା କାର୍ଯ୍ୟକମ୍ରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ  ସୁନେତ୍ର ଯୋଜନାରେ ପୋଡଙ୍ଗ ଗ୍ରାମର ପ୍ରତିମା ସେନାପତି, ସବିତା ବାରିକଙ୍କୁ ଚଷମା ପିନ୍ଦାଇ କାର୍ଯ୍ୟକମର ଶୁଭାରମ୍ଭ କରିଥିଲେ  ।  ।  ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ,  ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ରାଧାମଣୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ନରେନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଛୋଟରାୟ, ନାରାୟଣ ସ୍ୱାଇଁ   , ଆଇନଜିବୀ ଶ୍ରୀଧର ପ୍ରଧାନ, ମହିଳା ସଂଗଠନର ସଭାନେତ୍ରୀ ଉମାମଣି ରଥ, ଯୁବ ସଂଗଠକ ଆରତ ବନ୍ଦୁ ସାମନ୍ତରାୟ, ମନୋଜ ଦାସ, ପ୍ରକାଶ ଧଳ ପ୍ରମୁଖ ଯୋଗଦେଇ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ ଆଲୋକପାତ କରିଥିଲେ  । ଏହି ପିଠା ଯୋଜନାରେ ୧୦୦ଟି ପରିବାରଙ୍କୁ ୪ଟି କରି ଏଲଇଡି ବଲ ବଣ୍ଟନ, ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଗ୍ରୁଫ ମାନଙ୍କୁ ପ୍ରମାଣପତ୍ର ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ପ୍ରମାଣପତ୍ର  ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା  । ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ  । ଆତ୍ମାର ସଭାପତି ତଥା ତେଇଶିପୁର ପଞ୍ଚାୟତର ସମିତିସଭ୍ୟ ଧରଣୀ ଧର ସାହୁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ  । ଏହି ପିଠା କାର୍ଯ୍ୟକମରେ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ  ।
 ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts