Breaking News

ଇନ୍ଦିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରଷ୍କାର ପାଇଲା

ଡେଲାଙ୍ଗ -----  ଡେଲାଙ୍ଗ ବ୍ଳକର ଇନ୍ଦିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୨୦୧୮-୨୦୧୯ ବର୍ଷ ପାଇଁ କାୟାକଳ୍ପ ପୁରଷ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରକ୍ଷଣାବେକ୍ଷଣ, ପରିଷ୍କାର ପରିଚ୍ଛନତା, ଉନ୍ନତ ମାନର ସେବା, ବାଜ୍ୟଁବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତରଣ, ବ୍ୟକ୍ତିଗତ ପରିଚ୍ଛନତା ଆଦି ଉପରେ ମୂଲ୍ୟାୟାନ କରିଥିଲେ  । ଏହି ସଫଳତାର ଶ୍ରେୟ ହୋଉଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ସନ୍ତୋଷ କୁମାର ତ୍ରିପାଠୀ  ଓ ସ୍ୱାସ୍ଥ୍ୟ କନ୍ଦ୍ରେର ସମସ୍ତ କର୍ମଚାରୀ ମାନେ  । ଜିଲ୍ଲା ସ୍ତର ଅଧିକାରୀ ମାନେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସହଯୋଗ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରି ଆସୁଥିବା ଜନସାଧାରଣଙ୍କ ଯୋଗୁ ଆଜିର ଏହି ସଫଳତା ମିଳିପାରିଛି ବୋଲି ଡ. ଶ୍ରୀ ତ୍ରିପାଠୀ କହିଛନ୍ତି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts