ପିଠା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତେଇଶିପୁର ପଞ୍ଚାୟତ ପାଇଲା ୫ ଲକ୍ଷ ଟଙ୍କା
ପିପିଲି ---- ପିପିଲି ବ୍ଳକର ତେଇଶିପୁର ଗ୍ରାମ ପଞ୍ଚାୟତ ପିଠା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହି କାର୍ଯ୍ୟକ୍ରମ ଡିସେମ୍ବର ମାସ ୧୫ ତାରିଖରୁ ୨୦ ତାରିକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଚଗୀତ ମାଧ୍ୟମରେ ଯେଉଁପରି ଭାବରେ ରାଜ୍ୟ ସକରାରଙ୍କ ବିଭିନ୍ନ ଯୋଜନା ପ୍ରଚାର ପ୍ରସାର କରାଯାଉଥିଲା ପିଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅତିଥି ମାନେ କିଛି ସମୟ ବସିକି ଦେଖିଥଲେ । ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ଯେଉଁ ପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର କରିଥିଲା ସେହି ପଞ୍ଚାୟତକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଜିଲ୍ଲା ପ୍ୟାରେଡ ପଡିଆ ଠାରେ ପ୍ରଦାନ କରାଯିବା ପାଇଁ ନିସ୍ପତି ହୋଇଥିଲା । ପୁରୀ ଠାରେ ୭୦ତମ ସାଧାରଣତନ୍ତ୍ର ଦିବସରେ ପିପିଲି ବ୍ଳକର ତେଇଶିପୁର ସରପଞ୍ଚ ନରେନ୍ଦ୍ର ଦାସ ଓପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଆଲୋକ କୁମାର ଜେନା ଅର୍ଥ ଓ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା. ଜିଲ୍ଳାପାଳ ଜ୍ୟୋତି ପ୍ରକାଶ ଦାଶ, ଏସପି ଡେ ସାର୍ଥକ ଷଡଙ୍ଗୀ, ପିଡି ଢ. ଉଦ୍ଦ୍ୱର୍ବ ଚନ୍ଦ୍ର ମାଝୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ । ଏହା ସହିତ ପଞ୍ଚାୟତ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ଜମା କରାଯାଇଥିଲା । ସରପଞ୍ଚ ଶ୍ରୀ ଦାସ ଏହି ପୁରଷ୍କାର ପାଇଁ ବିଧାୟକ ପ୍ରଦୀପ ମହାରଥୀ, ବ୍ଳକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ , ସମିତିସଭ୍ୟ ଧରଣୀଧର ସାହୁଙ୍କ ପ୍ରଚେଷ୍ଟା , ଯୁବ ଗୋଷ୍ଠୀ, ମହିଳା ସଂଗଠନ ସହିତ ସ୍ଥାନୀୟ ଜନସାଧାରଣଙ୍କୁ ଶ୍ରୀ ଦାସ କୃତଜ୍ଞତା ଜଣାଇଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର