Breaking News

ସାକ୍ଷୀଗୋପିନାଥଙ୍କ ପୁଷ୍ପାଭିଷେକ ବେଶ ଦେଖିବା ପାଇଁ ମନ୍ଦିରରେ ଭିଡ

 ସାକ୍ଷୀଗୋପାଳ---ସାକ୍ଷୀଗୋପାଳ ମନ୍ଦିରରେ ସୋମବାର ଠାକୁରଙ୍କର ପୁଷ୍ପାଭିଷେକ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ଭଳି ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ଦ୍ୱିପହରେ ପାଣିପୂଜା କରାଯିବା ପରେ ଠାକୁର ମହାସ୍ନାନ କରାଯିବାପରେ ନୂତନ ଧୋତି ଓ ଶାଢ଼ି ଲାଗି କରାଯାଇଥିଲା  ।  ପରେ  ଧୂପରେ ଯାତଭୋଗ ଓ ଆଳତି ଉପଚାର କରାଯିବା ପରେ କୁସୁମ, ମାଣିକିଚାନ୍ଦି, ରଜନୀଗନ୍ଧା, ଗୋଲାପ ଓ ସେବତୀ ପ୍ରସ୍ତୁତି ଗୋଡ, ଟୋପି, ଛତ୍ରୀ, ତ୍ରାସ, ଫୁଲମାଳ ଆଦି ବସ୍ତ୍ର, ଭୁଷଣ ଲାଗି କରାଯାଇଥିଲା  । ଏ ସବୁକୁ ମାଳି ସେବକ ମାନେ ପ୍ରସ୍ତୁତି କରିଥିଲେ  ।  ଠାକୁରଙ୍କ ମୁଖ ମଣ୍ଡଳ ବ୍ୟତୀତ ଫୁଲରେ ସର୍ବାଙ୍ଗ ଶରୀର ଲୁଚିଯାଇଥାଏ  । ଅପରାହ୍ନରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଏହି ବେଶ ଦେଖିବା ପାଇଁ ମିଳୁଥିବାରୁ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗିଥିଲା । ଆମ ଶାସ୍ତ୍ରରେ ଅଛି ପୌଷ ମାସେ ମିତେ୍ ପକ୍ଷେ , ପୌର୍ଣ୍ଣମ୍ୟା ରୁବ୍ମିଣୀ ପତେଃ, ପୁଷ୍ପାଭିଷେକଂ କୁର୍ବାତ , ସର୍ବ କାମାର୍ଥ ସିଦ୍ଧୟେ ବୋଲି ଉଲ୍ଲେଖ ରହିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts