ସତ୍ଯବାଦୀରେ ବିଶ୍ବ ମୃତ୍ତିକା ଦିବସ ପାଳିତ
ସାକ୍ଷୀଗୋପାଳ ---ସାକ୍ଷୀଗୋପାଳ କୃଷି ଫାର୍ମ ପରିସରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଏହି ବିଶ୍ୱ ମୃତ୍ତିକା ଦିବସ ୨୦୧୫ ମସିହା ଠାରୁ ଡିସେମ୍ବର ୫ ତାରିକ ଦିନ ଏହା ପାଳନ କରାଯାଉଛି । ପୁରୀ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ଓ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ସାକ୍ଷୀଗୋପାଳ କୃଷି ଫାର୍ମ ପରିସରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଥିଲା । ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ଚନ୍ଦ୍ରଶେଖର ରାଓ, ସାକ୍ଷୀଗୋପାଳ ଜିଲ୍ଲା କୃଷି ଅଧିକାରୀ ଅଜୟ ବେହେରା , କୃଷି ଟେକେନିକାଲ ଅଧିକାରୀ ପ୍ରସନ୍ନ ସାମନ୍ତ, କୃଷି ନେଡାଲ ଅଧିକାରୀ ବିଜୟ କେତନ ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ , ଆତ୍ମାର ସଭାପତି ବେବିଲାଲ ମିଶ୍ର, ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା , ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦ୍ଘାଟନ କରାଯାଇଥିଲା । ଅତିଥି ମାନେ ବିଶେଷ କରି ମୃତ୍ତିକା ସଂରକ୍ଷଣ ଓ ମାଟି ପରୀକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଜୈବ ସାର ବା ଖତ ସାର ପ୍ରାୟୋଗ ଉପରେ ଅତିଥି ମାନେ ମଧ୍ୟ ମତ ପ୍ରକାଶ କରିଥିଲେ । ଆମ ଜିଲ୍ଲାରେ ୧, ୭୯ଲକ୍ଷ କୃଷି ପରିବାର ଅଛନ୍ତି ସେମାନଙ୍କ ମଧ୍ୟରୁ ୫୦ ଭାଗ ଚାଷୀ ମାଟି ପରୀକ୍ଷା କରିଛନ୍ତି ବୋଲି ଶ୍ରୀ ରାଓ କହିଥିଲେ । ଏହି ଅବସରରେ ମାଟି ପରୀକ୍ଷା କରିଥିବା ଚାଷୀ ମାନଙ୍କୁ ସେମାନଙ୍କ ମୃତ୍ତିକା ପରୀକ୍ଷା କାଡ୍ର ପ୍ରଦାନ କରାଯାଇଥିଲା । ପୁରୀ ମୃତ୍ତିକା ବିଶେଷଜ୍ଞ ସୁନିତା ମିଶ୍ର ଅତିଥି ପରିଚୟ କରିବା ସହ ସଭାରେ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ କୃଷି ଯନ୍ତ୍ରପାତି ବିଶେଷଜ୍ଞ ଦିପଶିଖା ପରମଜିତି ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାକ୍ଷୀଗୋପାଳ ସହକାରୀ କୃଷି ଅଧିକାରୀ ଶାନ୍ତା ସୁଚରିତା ଦାଶ , ବିଟିଏମ ସୋଲେଶ ଦାଶ ପ୍ରମୁଖ ସହଯୋଗ କରିଥିଲେ । ଚାଷୀ ଓ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ବିଶ୍ୱଜିତି ମହାପାତ୍ର, ତ୍ରିନାଥ ମହପାତ୍ର, ସଚଳା ପାଣି, ବାସନ୍ତୀ ବେହେରା, ବିନତୀ ପରିଡା ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Sakhigopal era biswa