Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଓ ମହୋତ୍ସବ ଅନୁଷ୍ଠିତ



ଭଞ୍ଜନଗର---- ସାବିତ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀ ମାନଙ୍କୁ ନେଇ ଏକ ବିଶାଳ "ତ୍ରିରଙ୍ଗା  ଶୋଭାଯାତ୍ରାର " ଆୟୋଜନ କରାଯାଇଅଛି। ଛାତ୍ରୀମାନଙ୍କୁ ଉସ୍ତାହିତ କରିବା ପାଇଁ  ଅଧ୍ୟକ୍ଷ ଡ ଶୁଶାନ୍ତ କୁମାର ମଲ୍ଲିକ କହିଥିଲେ ଜାତି, ଧର୍ମ, ବର୍ଣ୍ଣ,ଲିଙ୍ଗ ନିର୍ବଶେଷରେ ଆମେ ସମସ୍ତେ ସମାନ ଓ ବିଭିନ୍ନତା ଭିତରେ ଆମେ ସମସ୍ତେ ଏକ ବୋଲି ବିଶ୍ବ ଦରବାରରେ ଆମେ ପରିଚିତ ଓ ଆମର ପରିଚୟ ହେଉଛି ଭାରତୀୟ।  ସରକାରଙ୍କ ଏ ଅଭିନବ ପ୍ରୟାସ ଆମ ସମସ୍ତଙ୍କୁ  ଏକ ସୁଯୋଗ  ଆଣି ଦେଇଛି ଆମ ମନରେ ଓ ଦେଶବାସୀଙ୍କ ହୃଦୟରେ ଦେଶାତ୍ମକ ଭାବନା ଓ  ଐକିକତା ର ପ୍ରଚାର ପ୍ରସାର କରି ପ୍ରତ୍ୟେକ ପରିସ୍ଥିତି ରେ ରାଷ୍ଟ୍ର ସହ ଠିଆ ହୋଇ ଏକ ସୁ ନାଗରିକ ରୂପେ ନିଜକୁ ବିଶ୍ବ ଦରବାରରେ ଉପସ୍ତାପାନା କରିବ। ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ଶୋଭାଯାତ୍ରା କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁଶାନ୍ତ କୁମାର ମଲ୍ଲିକ ଉଦଘାଟନ କରି ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଖାଲସି ସାହି ଦେଇ ମେନ ରୋଡ ବସ ଷ୍ଟାଣ୍ଡ ହନୁମାନ ମନ୍ଦିର ସହିତ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦେଇ ପ୍ରତ୍ୟାବର୍ତନ କରିଥିଲେ।ଏଥିରେ ଏକ ହଜାରରୁ ଉର୍ଦ୍ଧ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ।  ଏହି ବିଶାଳ ଶୋଭାଯାତ୍ରାରେ ଏକ ୧୦୦ ମିଟରୁ ଉର୍ଦ୍ଧ୍  ଲମ୍ବା ଜାତିୟପତକା  ଧରି ପିଲା ମାନେ ଅତି ଆନନ୍ଦର ଓ ଶାନ୍ତି ଶୃଙ୍ଖଳ। ସହ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ। ଏଥିପାଇଁ  ଅଧ୍ୟକ୍ଷ  ଭଂଜନଗର ଉପଜିଲ୍ଲାପାଳ ପ୍ରଶାସନ, ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ , ଜନସାଧାରଣ , କଲେଜ ର ପ୍ରତ୍ୟେକ କର୍ମଚାରୀ ଓ ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୪/୮/୨୦୨୫----୫,୨୦ Sakhigopal News,14/8/2025

Blog Archive