ସାକ୍ଷୀଗୋପାଳ କଲେଜରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳନ
ସାକ୍ଷୀଗୋପାଳ, ----:- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟା ପ୍ରଫେସର ପୁଷ୍ପମିତ୍ରା ପଟ୍ଟନାୟକ ଉଦଘାଟନ କରି ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଜାତୀୟ ସ୍ରୋତରେ ସାମିଲ ହେବାପାଇଁ ଆହ୍ୱାନ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାଇଥିଲା। ପରେ ଅଡିଟୋରିୟମ ଗୃହରେ ତ୍ରିରଙ୍ଗା ସୁରକ୍ଷା ଓ ସମ୍ମାନ ପାଇଁ ଏକ ସମୁହ ଶପଥ ପାଠ କରାଯାଇଥିଲା। ପରେ ପରେ ମହାବିଦ୍ୟାଳୟର ସଭାଗୃହରେ ବିଭିନ୍ନ ଦେଶପ୍ରେମମୂଳକ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜନ କରାଯାଇଥିଲା। ଅଧ୍ୟାପିକା ସସ୍ମିତା ପ୍ରଧାନ, ଶୁଭ୍ରଦୀପ୍ତା ପଟ୍ଟନାୟକ, ସ୍ଵର୍ଣଲତା ମାହାରୀ, ଡ଼ଃ ଶଙ୍କର୍ଷଣ ପ୍ରଧାନ, ସାର୍ଥକ ମିଶ୍ର ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅବସରପ୍ରାପ୍ତ ବଡ଼ବାବୁ ରାଜ କିଶୋର ପତି ଙ୍କ ସହିତ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୮/୨୦୨୫---୭,୪୫ Sakhigopal News,14/8/2025