ବିଜେପିର ଜନ ପରାମର୍ଶ ପଦଯାତ୍ରା
ପିପିଲି --- ପିପିଲି ବ୍ଳକର ବିଜେପି ପକ୍ଷରୁ ଜନ ପରାମର୍ଶ ପଦ ଯାତ୍ରା ଯୁବନେତା ଆଶିତ ପଟ୍ଟନାୟକଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ମା ଭୁଆସୁଣି ମନ୍ଦିରରୁ ବାହାରି ରଥପୁରୁଷୋତ୍ତମପୁର ପଞ୍ଚାୟତର ଓ ସରସ୍ୱତୀ ପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଏହି ସମୟରେ ସେମାନଙ୍କର ଅସୁବିଧା ସମ୍ପର୍କରେ ଅଭିଯୋଗ ଗ୍ରହଣ କରାଯାଇଥିଲା । ଏହି ଜନ ପରାମର୍ଶ ପଦଯାତ୍ରାରେ ରଥପୁରୁଷୋତ୍ତମପୁରର ବିଜେପିର ଯୁବନେତା ସନ୍ତୋଷ କୁମାର ସାହୁ, ସୁବାଷ ପଲେଇଙ୍କ ନେତୃତ୍ୱରେ ବାଜ ବାଣ ଫୁଟାଇ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ଜନ ପରାମର୍ଶ ପଦଯାତ୍ରୀ ଦଳଙ୍କୁ ସ୍ୱାଗତ କରାଯାଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା ଉପସଭାପତି ଜନ୍ମଜେୟ ଜେନା, ପଦଯାତ୍ରା ପ୍ରମୁଖ କୃତିବାସ ମହାପାତ୍ର, ପ୍ରଦିପ ପାତ୍ର, ମହିଳା ମୋର୍ଚ୍ଚାର ଗୀତାଞ୍ଜଳି ମିଶ୍ର, ମମତା ମହାନ୍ତି, ସ୍ୱର୍ଣ୍ଣଲତା, ଗିତାଞ୍ଜଳି ମଳିକ, ରେଶୁ ଭାରତି, ସବିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହପିରି ନୂଆହାଟ ଓ ବାଲିଗାଁ ରେ ପଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ପିପିଲିରୁ ବିଜୟ ଯହାପାତ୍ର
Bjp