ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣାମେଣ୍ଟ ; ଅରିଶଲ ବିଜୟୀ
ଡେଲାଙ୍ଗ-- ଡେଲାଙ୍ଗ ବ୍ଳକର ଅରିଶଲ ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ରବିବାର ସଂଧ୍ୟାରେ ଗ୍ରାମ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବିଜୁ ଯୁବ ବାହିନୀ ସଂଯୋଜକ ପ୍ରଫୁଲ ମଲିକ ଭଲିବଳ ମ୍ୟାଚକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଜୟପୁର (କ), ଜୟପୁର ( ଖ), ସିଂଘାରିକେରି, ଅରିଶଲ ୪ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଅରିଶଲ ଭଲ ଖେଳ ପ୍ରଦର୍ଶନ କରି ବ୍ଳକ ସ୍ତରରେ ହେବାକୁ ଥିବା ପ୍ରତିଯେଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି । ଅତିଥି ଭାବରେ ୱାର୍ଡ ସଭ୍ୟ ରଘୁନାଥ ପ୍ରଧାନ, ଅଲେଖ ପ୍ରଧାନ, ବାବୁଲି ପ୍ରଧାନ, ସତ୍ୟବତ୍ର ମିଶ୍ର, ସତ୍ୟପିୟ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ । ମ୍ୟାଚ ପରିଚାଳନା କରିଥିଲେ ଜ୍ଞାନ ରଂଜନ ନାୟକ , ଶରତ ଚନ୍ଦ୍ର ପରିଡା ।ମ୍ଯାଚର ଧାରା ବିବରଣୀ ପ୍ରଦାନ କରିଥିଲେ ରଂଞ୍ଜିତ ପ୍ରଧାନ । ପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି ସୌମ୍ୟ ରଂଜନ ରାଉତ ଓ ସମ୍ପାଦକ ସତ୍ୟବାନ ପ୍ରଧାନ ଅନ୍ୟ ସଦସ୍ୟ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Valibal turnment