ପୁଣି ଚର୍ଚ୍ଚାରେ ସରପଞ୍ଚ ; ପ୍ରଦ୍ଯୁମ୍ନ ପରିଡା
ଡେଲାଙ୍ଗ--- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ଚାଇଁପୁର ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ପୁଣି ଚର୍ଚ୍ଚା ଘେରକୁ ଆସିଲେ । ବିଗତ ଦିନରେ ସେ ସୋସିଆଲ ମିଡିଆରେ ଆଗରେ ଥିଲେ । ବିଗତ ଦିନରେ ତାଙ୍କ ବିରୁଧରେ ସରକାରୀ ଅର୍ଥ ତୋଷରପାତ, ମନମୁଖୀ କାର୍ଯ୍ୟ, କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ବିଡିଓ, ପିଡି ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ମାନ ହୋଇ ଆସୁଥିଲା ।ଏହାକୁ ଆଧାର କରି ପୂର୍ବତନ ଜିଲକଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ରିପୋର୍ଟକୁ ଆଧାର କରି ପଞ୍ଚାୟତରାଜ ବିଭାଗ ତାଙ୍କୁ ନିଲମ୍ବିନ କରିବା ସହ କାରଣ ଦର୍ଶାଇବା ପାଇଁ ନୋଟିସ କରିଥିଲା । ମାତ୍ର ସରପଞ୍ଚ ଶ୍ରୀ ପରିଡା ଏହି ଆଦେଶକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଶ୍ରୀ ପରିଡାଙ୍କୁ ପୁନଶ୍ଚ ସରପଞ୍ଚ ପଦବୀ ପାଇଥିଲେ । ସରପଞ୍ଚ ପଦବୀ ପାଇବା ସହ ହାଇର୍କୋଟରେ ଉକ୍ତ କେସର ବିଚାଧୀନ ଅଛି । ତେବେ ଡେଲାଙ୍ଗ ବିଡିଓଙ୍କ ଯୁଗ୍ମ ତଦନ୍ତ ରିପୋର୍ଟ ଏବଂ ସରପଞ୍ଚ ଶ୍ରୀ ପରିଡା ଦାଖଲ କରିଥିବା ତାଙ୍କ ରିପୋର୍ଟକୁ ଭିତ୍ତି କରି ଦେଖାଯାଇଥିଲା ଯେ ଭିନ୍ନ ଭିନ୍ନ ସମୟରେ ଶ୍ରୀ ପରିଡା ମନଇଛା ନିଜ ଅର୍ଥ ଭାବି ସରକାରୀ ତହବିଲରୁ ୧୧ଲକ୍ଷ ୮୨ ହଜାର ୯ଶହ ଟଙ୍କା ଉଠାଇଛନ୍ତି । ଯାହାରକି କୌଣସି କେସ ରେକର୍ଡ, ପ୍ଳାନ, ଅଟକଳ ଏବଂ ବିଲ ଭାଉଚର ଦାଖଲ କରି ପାରିନାହାନ୍ତି । ପଞ୍ଚାୟତ କାର୍ଯ୍ୟକ୍ରମ ହିସାବ ପଦ୍ଧତିକୁ ଉଲ୍ଲଙ୍ଗନ କରିଥିବା ନେଇ ଆଦେଶ ପତ୍ରରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଏହାକୁ ଭିତ୍ତି କରିପୁର୍ନବାର ପଞ୍ଚାୟତ ରାଜ ବିଭାଗ ପ୍ରଦ୍ୟୁମ୍ନ ପରିଡାଙ୍କୁ ବହିଷ୍୍କୃତ କରିବା ସହ ପୁରୀ ଜିଲ୍ଲପ।।ଳ ତୁରନ୍ତ ଶ୍ରୀ ପରିଡାଙ୍କୁ ଆଦେଶନାମା ଜାରି କରିବା ପାଇଁ ଡେଲାଙ୍ଗ ବ୍ଳକ ବିଡିଓଙ୍କୁ ଜଣାଇ ଦିଆଯାଇଛି । ସରପଞ୍ଚ ଶ୍ରୀ ପରିଡା ଅନୁପସ୍ଥିତ ଥିବାରୁ ତାଙ୍କ ବାସଭବନ କାନ୍ଥରେ ନିର୍ଦ୍ଦେଶନାମା ଲଟକାଇ ଦେଇ ଆସିଛନ୍ତି । ଏ ସମ୍ପର୍କରେ ଶ୍ରୀ ପରିଡା କହିଛନ୍ତି ଏହା ମୋ ବିରୁଧରେ ଏକ ଷଡଯନ୍ତ, ଏହି ନିର୍ଦ୍ଦେଶନାମା ବିରୁଧରେ ମୁଁ ଉଚ୍ଚ ନ୍ୟାୟଳୟକୁ ଯିବି ବୋଲି ଶ୍ରୀ ପରିଡା କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,
Sarapanch