ପାଣି ପାଇଁ ରାସ୍ତା ଉପରେ ମହିଳା
ପିପିଲି-- ପିପିଲି -ଜଟଣୀ ରାସ୍ତାର କାକୁଡିଆଛକ ଠାରେ ମଙ୍ଗଳବାର ସକାଳ ୯ ଘଟିକା ଠାରୁ ଶତାଧିକ ମହିଳା ମାନେ ରାସ୍ତା ଅବରୋଧ କରିଛନ୍ତି । ପିପିଲି ବ୍ଳକର କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମର ମହିଳା ମାନେ ନିଜର ମୌଳିକ ଅଧିକାର ଦାବୀରେ ରାସ୍ତା ଉପରକୁ ଓହ୍ଲାଇଥିବା ଜଣାପଡିଛି । ସେମାନଙ୍କର ଗୋଟିଏ ଦାବୀ ଆମକୁ ବଞ୍ଚିବାକୁ ଦିଅ । ପାଣି ନ ଦେଲେ ଆମେ ବଞ୍ଚିବୁ କେମେତି । ସୁଚନାଯୋଗ୍ୟ ଯେ ଗ୍ରାମ ପାଖ ଦେଇ ବହି ଯାଇଥିବା ଦୟା ନଦୀରୁ ୧୯୯୫ ମସିହାରେ ଜଟଣୀ ସହରକୁ ପାନୀୟ ଜଳ ଯୋଗାଣ କରାଯାଉଥିଲା । ମାତ୍ର କାଳଦିକ୍ରମେ ଦୟାନଦୀରୁ ପାଣି ନିଆଯିବାରୁ ପାଖ ଗ୍ରାମ କାକୁଡିଆ ଗ୍ରାମର ଜଳସ୍ତର କମି ଗଲା । ଯାହା ଫଳରେକି ଗ୍ରାମରେ ଥିବା ସରକାରୀ ନଳକୂପ ଠାରୁ ବେସରକାରୀ କୂପ ଗୁଡିକ ଶୁଖିଗଲା । ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କ ସହ ଆଲେଚନା କରାଯାଇ ଉକ୍ତ ଗ୍ରାମକୁ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ କରାଗଲା । ଦୀର୍ଘ ୨୨ ବର୍ଷପରେ ଏଥିରେ ଯବନିକା ପଡିଛି । ଗୋଟିଏ ପଟେ ରାଜ୍ୟ ସରକାର ନରାଜ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନଭେମ୍ବର ୨୪ ତାରିଖରେ କାର୍ଯ୍ୟକରିବା ପରେ ବିଭାଗୀୟ ଅଧିକାରୀ ମାନେ ଉକ୍ତ ପ୍ରକଳ୍ପଟିକୁ କମ ସମୟ ଚାଲୁ କରୁଛନ୍ତି । ଯାହା ଫଳରେକି କାକୁଡିଆ ଗ୍ରାମ ବାସୀ ମାନେ ନାନା ହଇରାଣ ଭୋଗୁଛନ୍ତି ବୋଲି ଦାବୀ କରି ରାସ୍ତା ଉପରେ ବସି ରହିଛନ୍ତି । ଗ୍ରାମବାସୀଙ୍କ ଦାବୀ ଆଗରୁ ଯେଉଁପରି ନିରବଚ୍ଛିନ୍ନ ଜଳ ଯୋଗାଣ ହେଉଥିଲା ସେହିପରି କରାଯାଉ । ଅନ୍ୟ ପକ୍ଷେ ଜଟଣୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ସହାକରୀ ଯନ୍ତ୍ରୀ ନାରଦ ରଥଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହନ୍ତି ଆମେ ଦୁଇରୁ ଚାରିଘଣ୍ଟା ଜଳ ଯୋଗାଣ ଚାଲୁ କରୁଛୁ । ଦୁଇପଟୁ ପାଣି ଆଣି ଆମେ କରିବୁ କ’ଣ ବୋଲି କହନ୍ତି । ମାତ୍ର ରାସ୍ତା ରୋକ ହେବାପରେ ଦୁଇ ପାଶ୍ୱର୍ରେ ଶତାଧିକ ଗାଡି ମଟର ଠିଆ ହୋଇ ରହିଛି । ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ଏ ଘଟଣାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ବିଭାଗୀୟ ସହକାରୀ ଯନ୍ତୀ ଶ୍ରୀ ରଥ ଓ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ଓ ଆନ୍ଦୋଳନରତ ଗ୍ରାମବାସି ମାନେ ଆଲୋଚନା କରିଥିଲେ କାକୁଡିଆ ପ୍ରକଳ୍ପଟି ପ୍ରତିଦିନ ଚାରି ଘଣ୍ଟା ଚାଲିବା ସହ ଗ୍ରାମକୁ ଜଳ ଯୋଗାଣ କରାଯିବା ପାଇଁ ନିଷ୍ପତି ହେବା ପରେ ମହିଳା ମାନେ ଆନ୍ଦୋଳନରୁ ହଟିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର