Breaking News

ଅଳଗୁମରେ ପଞ୍ଚାୟତ ସ୍ତରୀୟ ଭଲିବଳ ମ୍ଯାଚ ଅନୁଷ୍ଠିତ

 ସାକ୍ଷୀଗୋପାଳ -- ସତ୍ୟବାଦୀ ବ୍ଳକର ଅଳଗୁମ  ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ଜୀପୁର ଗ୍ରାମ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତର ୪ଟି ଦଳ ଭାଗ ନେଇଥିଲେ  । ସେମାନଙ୍କ ମଧ୍ୟରେ ଉତ୍ତମ ଖେଳ ପ୍ରଦର୍ଶନ କରି ମା ଜାଗେଶ୍ୱରୀ ଟିମ  ବ୍ଳକ ସ୍ତରରେ ହେବାକୁ ଥିବା ପ୍ରତିଯେଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି । ଅତିଥି ଭାବରେ କାହୁଆ ସମିତିସଭ୍ୟା ବିନତୀ ପରିଡା, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା,  ଜିଲ୍ଲାପରିଷଦଙ୍କ ପ୍ରତିନିଧି ଦେବାଶିଷ ରାୟ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଯୁମନା ବେହେରା, ଯଯାତି କେଶରୀ ରାୟ, ସୁବାଷ ପ୍ରଧାନ,  ପଞ୍ଚାୟତ ବିଜୁ ଯୁବ ବାହିନୀର  ସମ୍ପାଦକ ମନ ରଞ୍ଜନ ରଥ, କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ନାୟକ, ଅନ୍ୟ ସଦସ୍ୟ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର  ସେନାପତି

Algum panchayat

Blog Archive

Popular Posts