ସିପ୍ରୋକଟ୍ରାକ୍ ଜାତୀୟ ସ୍ତରରେ ଖେଳିବ ବେରବୋଇ ବିଦ୍ଯାଳୟର ଛାତ୍ର କାହ୍ନୁ
ଡେଲାଙ୍ଗ---ଡେଲାଙ୍ଗ ---- ଡେଲାଙ୍ଗ ବେରବୋଇ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି । ସିପେକଟ୍ରୋକ୍ ଖେଳିବେ କାହ୍ନୁ ଚରଣ ବେହେରା ଉତ୍ତମ ପଦର୍ଶନ କରି ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏଥିସହ କବାଡି ପ୍ରତିଯୋଗିତାରେ ଜ୍ୟେତିମୟି ଦଳାଇ,ମମତା ଜେନା, ଓ ଅଞ୍ଜଳି ତିନିଜଣ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ବିଦ୍ୟାଳୟର ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀ ଓ କ୍ରୀଡାଶିକ୍ଷକ ନିରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ସେହି ଛାତ୍ର ମାନଙ୍କୁ ସମ୍ଭର୍ଦ୍ଦିତ କରାଯାଇଥିଲା। । ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷକ ତୁଷାର କାନ୍ତ ନାୟକଙ୍କ ସହ ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର ଓ ସିଆରସିସି ନିଲ୍ଲୀପ କୁମାର ନାୟକ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି