Breaking News

ବ୍ଳକ ସ୍ତରୀୟ ଭଲିବଳ ପ୍ରତିଯୋଗିତା; ଚନ୍ଦ୍ରାଦେଇପୁର ଚମ୍ପିୟାନ

ପିପିଲି ----  ବିଜୁ ଯୁବ ବାହିନୀ  ପକ୍ଷରୁ ଦୁର୍ଗାଦାଶପୁର ଖେଳ ପଡିଆରେ ବ୍ଲକ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଆସ ଖେଳିବା ଖେଳିବା ଓଡିଶା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପୋପରଙ୍ଗା ଟିମ୍ କୁ ହରାଇ ଚନ୍ଦ୍ରାଦେଇପୁର ଟିମ୍ ଚାମ୍ପିଆନ ହୋଇଛି ।  ଆୟୋଜିତ  ପୁରସ୍କାର ବିତରଣୀ  ସଭାରେ କୃଷି ଓ ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିରସ୍ବାଇଁ  ,ସାଂସଦଙ୍କପ୍ରତିନିଧିପ୍ରଫୁଲ୍ଲକୁମାରସ୍ବାଇଁ,ସାଧାରଣ ସମ୍ପାଦକ ବିଜେଡିପୁରୀ ଜିଲ୍ଲା କିଶୋର ଛୋଟରାୟ, ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗୀତାଞ୍ଜଳୀ ଦାସ, କଣ୍ଟି ସରପଞ୍ଚ ପ୍ରକାଶ ଧଳ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାରଥୀ ବ୍ଲକ ସ୍ତରରେ ଚାମ୍ପିଆନ ହୋଇଥିବା ଚନ୍ଦ୍ରାଦେଇପୁର ଟିମ୍ କୁ ଟ୍ରଫି ପ୍ରଦାନ କରିବା ସହ ରନର୍ସ ଅପ୍ ପୋପରଙ୍ଗା ଟିମ୍ କୁ ଟ୍ରଫି  ପ୍ରଦାନ କରିଥିଲେ ।ସୂଚନାଯୋଗ୍ୟ, ବିଜୁ ଯୁବ ବାହିନୀ ତରଫରୁ ପ୍ରଥମେ ପଞ୍ଚାୟତ ସ୍ତରରେ ଭଲିବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପିପିଲି ବ୍ଲକର ୨୫ଟି ପଞ୍ଚାୟତରୁ ୨୧ଟା ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ପିପିଲି ପୌରାଞ୍ଚଳରୁ ୧ଟି ଟିମ୍ ଅଂଶଗ୍ରହଣ କରିଥିଲେ । ମୋଟ୍ ୨୨ଟି ଟିମ୍ ମଧ୍ୟରେ ଦମଦାର ଖେଳ ହୋଇଥିବା ବେଳେ ପୋପରଙ୍ଗା ଓ ଚନ୍ଦ୍ରାଦେଇପୁର ଟିମ୍ ବ୍ଲକ ସ୍ତରରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏକ ଚିତ୍ତାକର୍ଷକ ରୋମାଞ୍ଚକର ଶେଷ ମ୍ୟାଚରେ ପୋପରଙ୍ଗା ଟିମ୍ କୁ ହରାଇ ଚନ୍ଦ୍ରାଦେଇପୁର ଟିମ୍ ଚାମ୍ପିଆନ ହୋଇଛି । ପିପିଲି ବ୍ଲକ ବିଜୁ ଯୁବ ବାହିନୀର ସଂଯୋଜକ କୈବଲ୍ୟ ବରାଳଓ ଦୃର୍ଗାଦାଶପୁର ବିଜୁଯୁବ ବାହିନୀ ସଭାପତି ବିଶ୍ବଜିତ ଦାସ ଏହି ସଭାରେ ସଂଯୋଜନା କରିଥିଲେ ।
ପିପିଲିରୁ ବିଜୟ ମହାପାତ୍ର

Blog Archive

Popular Posts