ବି.ଡି.ପୁର ରେ ସବୁ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ
ଭଞ୍ଜନଗର ----- ସହର ଓ ଗ୍ରାମୀଣ ପରିବେଶକୁ ପରିଷ୍କାର,ପରିଚ୍ଛନ୍ନ ବଜାୟ ରଖିବା ଜରୁରୀ । ଏହା ସହ ଏକ ସୁସ୍ଥ ତଥା ଆବର୍ଜନା ମୁକ୍ତ ଦେଶ ଗଠନ କରିବା ଲକ୍ଷରେ ଜଗନ୍ନାଥ ପ୍ରସାଦ ବ୍ଲକ ବି.ଡି.ପୁର ଗ୍ରାମ ପଂଚାୟତ ରେ "ସବୁ ଘରେ ତ୍ରିରଙ୍ଗା, ସବୁ ଘରେ ସ୍ୱଚ୍ଛତା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମପଞ୍ଚାୟତ ର ଶତାଧିକ ପୁରୁଷ ଓ ମହିଳା ଏକାଠି ହୋଇ ବି.ଡି.ପୁର ଗ୍ରାମର ନୂଆବନ୍ଧ ନିକଟସ୍ଥ ମା ଠାକୁରାଣୀ ମନ୍ଦିର ଠାରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରି ଗ୍ରାମପଞ୍ଚାୟତର କାର୍ଯ୍ୟଳୟ ଓ ହାଇସ୍କୁଲ ରାସ୍ତା ଦେଇ ଉଗ୍ରତାରା ମନ୍ଦିର ରେ ସଫେଇ କାର୍ଯ୍ୟ କୁ ସମାପନ କରିଥିଲେ । ରାସ୍ତାର ମଇଳା ଆବର୍ଜନା,ସର୍ଵସାଧାରଣ ସ୍ଥାନ, ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ଆବର୍ଜନାକୁ ଲୋକଙ୍କ ଦ୍ୱରା ସଫା କରି ଗାଡି ମାଧ୍ୟମରେ ସହର ଠାଠୁ ଦୂର ରେ ଥିବା ଡମ୍ପିଙ୍ଗୟାର୍ଡ ଠାରେ ପକେଇଥିଲେ । ପରବର୍ତୀ ସମୟ ରେ ଅଳିଆ,ଆବର୍ଜନା ଥିବା ଜାଗା କୁ ବ୍ଲିଚିଂ ପାଉଡର ପକାଇ ତାକୁ ବିଶୋଧନ କରା ଯାଇଥିଲା । ସହରର ରାସ୍ତାଘାଟ, ଜଳାଶୟ, ସର୍ଵସାଧାରଣ ସ୍ଥାନ, ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ସହ ଏକ ଉତ୍ତମ,ପ୍ରଦୂଷଣ ମୁକ୍ତ ଓ ସ୍ବାସ୍ଥ୍ୟପ୍ରଦ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ସହର ବାସୀଙ୍କୁ ସଚେତନତା କରାଯାଇଥିଲା । ପଞ୍ଚାୟତ ତରଫରୁ ଜନସାଧାରଣ ତଥା ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଥିଲାଯେ ପ୍ରତ୍ୟେକ ବ୍ୟବସାୟୀ ମାନେ ସର୍ବ ସାଧାରଣ ସ୍ଥାନ ରେ ଅଳିଆ ଆବର୍ଜନା ଗୁଡିକ ଏଣେତେଣେ ନ ଫୋପାଡ଼ି ସରକାରୀ ଙ୍କ ତରଫରୁ କରା ଯାଇଥିବା ଆବର୍ଜନା କୁଣ୍ଡରେ ଆବର୍ଜନା ପକାଇବା ପାଇଁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ସରପଞ୍ଚ ରଶ୍ମିତା ସାହୁ, ପୂର୍ବତନ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତର ସମିତି ସଭ୍ୟାଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ, ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ, ବି.ପି.ଏ.ମ ବନମାଳୀ ସାହୁ, ପିଇଓ ତୁଷାର କାନ୍ତି ଜାନି, ପୂର୍ବତନ ସମିତି ସଭ୍ୟ ଅମିର କୁମାର ସ୍ୱାଇଁ, ଯୋଗାଣ ସାହାୟିକା ରଶ୍ମିତା ପ୍ରଧାନ , ବିଦେଶୀ ଖଟେଇ, ଖଦାଳ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସେଠୀ, ଟିକୁନା ପ୍ରଧାନ, ଗଙ୍ଗା ସାହୁ, ସନ୍ତୋଷ କୁମାର ବାରିକ, ଜିତେନ୍ଦ୍ର ରଥ, ମଧୁସୂଦନ କର, ବିଜୟ ପ୍ରଧାନ, ଖଦାଳ ସ୍ୱାଇଁ, ପ୍ରଶନ୍ନ କୁମାର ଦାସ, ବସନ୍ତ ବସନ୍ତୀୟା, ରଞ୍ଜନ କୁମାର ଜେନା, ପ୍ରଶନ୍ନ କୁମାର ସ୍ୱାଇଁ, ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟସଭ୍ୟା, ଏମ.ବି.କେ, ସି.ଆର.ପି, ମିଶନ ଶକ୍ତି ଗ୍ରୁପର ମହିଳାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ, ଏବଂ ଯୁବଗୋଷ୍ଠି ପ୍ରମୁଖ ଉପସ୍ଥିତ ରହି ସ୍ୱଛତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିପ୍ର ଚରଣ ବାରିକ ଧନ୍ୟବାଦ ଦେଇଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୪/୮/୨୦୨୫----୯,୦୦ Sakhigopal News,14/8/2025