Breaking News

ବିଦ୍ଯୁତ ଆଘାତ ଲାଗି ଜଣେ କର୍ମଚାରୀ ଆହତ

ଡେଲାଙ୍ଗ -- ଜଣେ ଅସ୍ଥାୟୀ କର୍ମଚାରୀ ବିଦ୍ୟୁତ ଖୁଣ୍ଠରେ ଚଡି କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଛିଟିକି ତଳେ ପଡିଯିବାରୁ ଗୁରୁତର ଆହତ ହୋଇ ଭୁବନେଶ୍ୱର ସରକାରୀ ୬ନଂ ମେଡିକାଲରେ ଚିକିତ୍ସା ହୋଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଫେଡେକୋ ଅଧୀନରେ ବେନୁପଡା ଗ୍ରାମର ଧର୍ମେନ୍ଦ୍ର ବେହେରା( ୨୫) କାମ କରନ୍ତି । ଆଜି ସେ କଲ୍ୟାଣପୁର ଠାରେ ଏକ ବିଦ୍ୟୁତ ଖୁଣ୍ଠରେ ଚଡି କାମ କରିବା ପାଇଁ ସଟ୍ଡାଉନ ନେଇଥିଲେ  । ମାତ୍ର  ୨-୨୦ ତାରର ଇଣ୍ଡେକସନ୍ କରେଣ୍ଟ ଲାଗିବା ଯୋଗୁ ସେ ଛିଟିକି ପଡିଥିବା ଅନୁମାନ କରାଯାଇଛି ବୋଲି ବିଭାଗୀୟ ଜେଇ ଅଭିମନ୍ୟୁ ସ୍ୱାଇଁଙ୍କ ଠାରୁ ପ୍ରକାଶ  । ଏଥିରେ ହାତ ପୋଡି ଯାଇଛି ଓ ମୁଣ୍ଡ ବେକ, ଗୋଡ ହାତରେ ଆଘାତ ଲାଗିଛି ।ଏବେ ତାଙ୍କ ଅବସ୍ଥା ଭଲ ଅଛି ବୋଲି ବିଭାଗୀୟ ଜେଇଙ୍କ ଠାରୁ ପ୍ରକାଶ  । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Elactiy karenta laghi

Blog Archive

Popular Posts