Breaking News

ମଙ୍ଗଳପୂର ପେଟ୍ରୋଲ ପମ୍ପ ଉପରେ ଚଡାଉ : ଠକେଇ ପ୍ରମାଣ ମିଳିଲା ନାହିଁ

ପିପିଲି--- ମଙ୍ଗଳପୁର ବଜାରରେ ଥିବା ମହାଲକ୍ଷ୍ମୀ ଫିଲିଙ୍ଗ ଷ୍ଟେସନ ପେଟ୍ରୋଲ ପମ୍ପରେ ତେଲ ଠକେଇ ହେଉଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାର କିଛି ସମୟ ଘଣ୍ଟା ପରେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ପୁରୀ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଭୁ ଭୂଷଣ ଆଚାର୍ଯ୍ୟଙ୍କ ନେତୃତ୍ଵରେ ଏହି ଫିଲିଙ୍ଗ ଷ୍ଟେସନରେ ଚଢାଉ ହୋଇଥିବା ବେଳେ ଏଥିରେ ଜିଲ୍ଲା ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ଗୋପାଳ ମହାପାତ୍ର, ସଦର ଯୋଗାଣ ନିରୀକ୍ଷକ ସଶ୍ମୀତା ସାହୁ, ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦୀପ୍ତି ରଞ୍ଜନ ଇନ୍ଦ୍ରସିଂହଙ୍କ ସହ ନିମାପଡା ମାପ ଓ ଓଜନ ନିରୀକ୍ଷକ ରାଜେଶ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଏହି ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ବି ଏଠାରୁ କୌଣସି ପ୍ରକାର ଠକେଇ ହୋଇଥିବାର ପ୍ରମାଣ ପାଇନାହିଁ। ତେବେ ଭିଡିଓ ସୁଟ୍ ହେବା ଓ ଭାଇରାଲ୍ ହେବା ପରେ ତଦନ୍ତ ଭୟରେ ପେଟ୍ରୋଲ ପମ୍ପରୁ ସବୁ ପ୍ରମାଣ ନଷ୍ଟ କରାଯାଇଛି ବୋଲି ଆଲୋଚନା ଜୋର ଧରିଛି । ଏନେଇ ମହାଲକ୍ଷ୍ମୀ ଫିଲିଙ୍ଗ ଷ୍ଟେସନର ମତାମତ ଚାହିଁଥିଲେ ବି ତାହା ମିଳିପାରି ନାହିଁ । ଅନ୍ଯ ପକ୍ଷେ ଭିଡିଓ ଭାଇରାଲ କରିଥିବା ବ୍ଯକ୍ତି ବିଶେଷଙ୍କୁ ଏହି ଯାଞ୍ଚ ସଯୟରେ ସାମିଲ କଣ ପାଇଁ କରାନଗଲା ତାହା ଏବେ ପଶ୍ନବାଚି ହୋଇପଡିଛି ।
ପିପିଲିରୁ ବିଜୟ ମହାପାତ୍ର
Mangalapur petrolpmp upera chadau

Blog Archive

Popular Posts