କୋଣାର୍କ ଅଞ୍ଚଳରୁ ଘନ ଘନ ଚୋରି ; ପୋଲିସ ହାତ ଖାଲି, ସନ୍ଦେହ ଘେରରେ
କୋଣାର୍କ-- କୋଣାର୍କ ଅଞ୍ଚଳରେ ଘନ ଘନ ଚୋରୀ ବଡିବାରେ ଲାଗିଛି । ଚୋର ମାନେ ବିଭିନ୍ନ କଲୋନୀ ବୁଲିବା ସହ ନଜର କରୁଛନ୍ତି କେଉଁ ପରିବାର କେଉଁ ଆଡେ ଯାଉଛନ୍ତି । କେତେବେଳେ ଆସୁଛନ୍ତି ସମସ୍ତ ଦିଗପ୍ରତି ନଜର ରଖିବା ପରେ ସେମାନେ ଆରମ୍ଭ କରୁଛନ୍ତି ସେମାନଙ୍କ ଅପରେସନ । କୋଣାର୍କ ଥାନାରେ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ ହେଉଛି । ଘଟଣାରୁ ପ୍ରକାଶ ଯେ ରୁଦ୍ରାଣି କଲୋନୀରୁ ରବିବାର ରାତିରେ ରାଉଳପାଟଣା ଗ୍ରାମର ଟୁନି ମଲ୍ଲ ରହନ୍ତି । ପରିବାର ସହ ସମସ୍ତେ ଘର ଚାବି ପକାଇ କୋଣାର୍କ ଫେଷ୍ଟିଭାଲ ବୁଲିବା ପାଇଁ ଯାଇଥିଲେ । ଏହାର ସୁଯୋଗ ନେଇ ଚୋର ମାନେ କବାଟ ଭାଙ୍ଗି ଘରେ ଥିବା ଗଡରେଜ ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରି ନେଇଥିବା ସେ ଆସି ଦେଖିଥଲେ । ସେ ସଙ୍ଗେ ସଙ୍ଗେ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳ ପରିଦର୍ଶନ କରି ଚୁପ ହୋଇ ବସି ରହିଛି । ସେହିପରି କାଳନ୍ଦୀ ପଟ୍ଟନାୟକଙ୍କ ଘରେ ଚୋର ମାନେ କଳାକନା ବୁଲାଇ ଦେଇଥିଲେ । ଥାନାରେ ଅଭିଯୋଗ ହୋଇଛି ମାତ୍ର କୌଣସି ସୁଫଳ ମିଳିନାହିଁ । ଅଞ୍ଚଳରୁ ଘନ ଘନ ଚୋରି ହୋଉଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ଅଞ୍ଚଳ ବାସୀଙ୍କ ମନରେ ସନ୍ଦେହ ଜାତ ସୃଷ୍ଟି ହୋଇଛି । ପୋଲିସ ଓ ଚୋରଙ୍କ ମଧ୍ୟରେ ମଧୁଚନ୍ଦିକା ନାହିଁତ ଏବେ ସାଧାରଣରେ ପ୍ରଶ୍ନ ଉଙ୍କିମାରିଛି । ଅନ୍ୟପକ୍ଷେ କୋଣାର୍କ ଫେଷ୍ଟିଭାଲ ସରିବା ବେଳକୁ କେତେ ଜଣଙ୍କ ଘରେ ଚୋର କଳାକନା ବୁଲାଉଛନ୍ତି ତାହା ଦେଖିବା ପାଇଁ ଅପେକ୍ଷା କରିଛନ୍ତି କୋଣାର୍କ ବାସୀ । ନିମାପଡାରୁ ଜୟନ୍ତ କୁମାର ସେଠୀ