Breaking News

ଡେଲାଙ୍ଗ ହାଟ ବଜାର ଛକରେ ପଦଯାତ୍ରୀ ଦଳକୁ ସ୍ବାଗତ

ଡେଲାଙ୍ଗ--- ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଜଟଣୀ ବରିଷ୍ଠ ନାଗରିକ ସେବାସଂଘ ପକ୍ଷରୁ ରବିବାର ଜଟଣୀ ଗାନ୍ଧୀ ପାର୍କ ଠାରୁ  ପଦଯାତ୍ରା ପ୍ରାୟ ୨୫ କି,ମି ରାସ୍ତା ପରିକ୍ରମ କରି ଡେଲାଙ୍ଗ ଠାରେ ପହଞ୍ଚିଛି  ।  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଦୁଇବର୍ଷ  ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  ।  ଏହି ପରୀପେକ୍ଷିରେ ରାଜ୍ୟ ସରକାରଙ୍କ ନିସ୍ପତ୍ତିକୁ ସଫଳ କରିବା ପାଇଁ  ଗାନ୍ଧୀ ବିଚାର ଧାରାର ପ୍ରସାର ପ୍ରଚାର ସହିତ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ  ଏକ ହିଂସା ଓ ନିଶା ମୁକ୍ତ ସମାଜ ଗଠନ କରିବା ଲକ୍ଷ୍ୟ ନେଇ ଜଟଣୀ ବରିଷ୍ଠ ନାଗରିକ ସେବାସଂଘ  ପଦଯାତ୍ରା କରିଛି  ।  ଡେଲାଙ୍ଗ ହାଟ ବଜାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପାଖରେ  ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ପଦଯାତ୍ରା ଦଳର ନେତୃତ୍ୱ ନେଇଥିବା ଜଟଣୀ ବରିଷ୍ଠ ନାଗରିକ ସଂଘର ସଭାପତି ଅବନୀ ରାଉତରାୟଙ୍କୁ ଫୂଲତୋଡା ଦେଇ ସ୍ୱାଗତ କରିଥିଲେ  । ଏବଂ ପଦଯାତ୍ରୀ ଦଳ ସେଠାରେ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟର୍ପଣ କରିବା ସହ ବିଜୁ ପଟ୍ଟନାୟକ ଅମର ରହେ, ମହାତ୍ମା ଗାନ୍ଧୀ ଅବର ରହେ, ସୁବାଷ ଅମର ରହେ ଆଦି ସ୍ଳୋଗାନ ଦେଇଥିଲେ  । ଗାଦିବହ୍ମ କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା,  ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା, ପ୍ରସନ୍ନ ମହାରଥୀ, ଦୁର୍ଯ୍ୟେଧନ ସାହୁ, ବିପିନି ବିହାରୀ ନରେନ୍ଦ୍ର, ନିରଞ୍ଜନ ମହାନ୍ତି, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ  । ଡେଲାଙ୍ଗ ହାଟ ବଜାର  ଛକଠାରେ ରୟାଲ ଡେଲାଙ୍ଗ ୨୨୨ର ସମୟ ରଜଂନ ବିଶ୍ୱାଳଙ୍କ ନେତୃତ୍ୱରେ ରାମକୃଷ୍ଣ ପରିଡା, ମଣ୍ଟୁ ପାତ୍ର, ହେମନ୍ତ ବେହେରା, ଗୋପକୃର୍ଷ୍ଣ ନାୟକ ପ୍ରମୁଖ ଯୁବକ ମାନେ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ  । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts