ଡେଲାଙ୍ଗରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ
ଡେଲାଙ୍ଗ---ଡେଲାଙ୍ଗ ବ୍ଳକରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଏବେ ଜୋର ସୋର ଚାଲିଛି । ବିଭିନ୍ନ ଦଳର ପଦପଦବୀରେ ଥିବା ବ୍ୟକ୍ତି ଓ ଯୁବକ ମାନେ ସେମାନଙ୍କ ସମର୍ଥକଙ୍କୁ ସାଙ୍ଗରେ ଧରି ବିଜୁ ଜନତା ଦଳରେ ସାମିଲ ହୋଉଥିବାର ଦେଖାଯାଇଛି । ଏହି ଅବସରରେ ହୁମର ଛକ ନିକଟରେ ଥିବା ମା ବିଲ କେନ୍ଦେଶ୍ୱରୀଙ୍କ ପୀଠରେ ରବିବାର ଏକ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା ସଭାପତିତ୍ୱ କରିଥିବା ବେଳେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ପକାଇ ସେମାନଙ୍କୁ ଦଳରେ ସାମିଲ କରିଥିଲେ । ସେମାନେ ହେଲେ ଯୋକନଡୁଆ ଗ୍ରାମର ପୂର୍ବତନ ବ୍ଳକ ଛାତ୍ର କଂଗ୍ରେସ ନେତା ରଂଜନ ସ୍ୱାଇଁ, ପଲ୍ଲୀ ଗ୍ରାମର ଅଧିକାରୀ ବେହେରା, ବନମାଳୀ ମାଝି, ପ୍ରଫୁଲ ସ୍ୱାଇଁ, କାହ୍ନୁଚରଣ ବେହେରା ସେହିପରି ରେଞ୍ଚ ଗ୍ରାମର ହରିହର ସ୍ୱାଇଁ ଓ ଭୀମସେନ ମଲିକ ଏମାନେ ସମସ୍ତେ ବିଜେଡି ଦଳରେ ସମାିଲ ହୋଇଥିଲେ । ସଭାରେ ମନ୍ତ୍ରୀ ସେମାନଙ୍କୁ ଦଳୀୟ ଉତ୍ତରୀ ପକାଇ ପ୍ରାଥମିକ ସଭ୍ୟରେ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ କହିଥିଲେ ଆମ ନେତାଙ୍କ କାର୍ଯ୍ୟକଳାପ ଓ ସଭାପତିଙ୍କ ନେତୃତ୍ୱ ଦେଖି ଅନ୍ୟ ଦଳରୁ କର୍ମୀ ମାନେ ବିଜେଡି ଦଳରେ ସାମିଲ ହେଉଛନ୍ତି । ଅଗାମୀ ୯ ତାରିକ ଦିନ ଅଭୟମୁଖୀ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ସହିତ ଶତାଧିକ କର୍ମୀ ବିଜେଡି ଦଳରେ ସାମିଲ ହେବେ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ ଘୋଷଣା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା, ରେଞ୍ଚ ସରପଞ୍ଚ ପ୍ରତିମା ମଳିକ , ଜେନାପୁର ସରପଞ୍ଚଙ୍କ ପ୍ରତିନିଧି ଅନିଲ ରଥ,ପ୍ରମୁଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ଭାରତୀ ଚମ୍ପତି, ବନିତା ଦାସ, ସିତା ରାଣୀ ପାଲଟାସିଂହ, ମମତା ଛାଟୋଇସ୍ୱର୍ଣ୍ଣମୟୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। । ଏହି ସଭାରେ ପୁରୁଷ ମହିଳା ଶତାଧିକ ସଂଖ୍ୟାରେ ଯୋଗଦେଇଥିଲେ । ରତ୍ମାକର ଜେନା ପ୍ରମୁଖ ସହଯୋଗ କରିଥିଲେ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Bjd mishrana praba