କଲେଜ ଛକରେ ଦାଦା ବିଟି ମାଗିବା ସହ ଖଣ୍ଡା, ଧରି ଆତଙ୍କରାଜ ,ଦୁଇ ଯୁବକ ଗିରଫ
ସାକ୍ଷୀଗୋପାଳ --- ୩୧୬ନଂ ପୁରୀ-- ଭୁବନେଶ୍ୱର ଜାତୀୟ ରାଜପଥର କଲେଜ ଛକ ନିକଟରେ ଦାଦା ବିଟ ମାଗିବା ସହ ଖଣ୍ଡା, ଧରି ଆତଙ୍କରାଜ ଦୁଇ ଯୁବକଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ସେମାନେ ହେଲେ ସତ୍ଯବାଦୀ ଥାନା ଅନ୍ତର୍ଗତ ଅହମଦପୁର ଗ୍ରାମ ର ଶେଖ ମାଲିକଙ୍କ ପୁଅ ଶେଖ ଇଦିସି (ପପୁ), ଓ ମହମଦ ଜବିରଙ୍କ ପୁଅ ମହମ୍ମଦ ଝରିର(୨୦) ବୋଲି ଜଣାପଡିଛି। ଏହି ଦୁଇ ଜଣ ଏକ ଟାଟା ପିକଅଫ ଭ୍ୟାନ୍ ଥୋଇ କଲେଜ ଛକ ଦେଇ ଯିବା ଆସିବା କରୁଥିବା ଗାଡି ଚାଳକ ମାନଙ୍କ ସହ ଲୋକମାନଙ୍କ ଠାରୁ ଦାଦା ବଟି ଆଦାୟ କରୁଥିଲେ । ଥାନା ଏଏସଆଇ ମହେଶ୍ୱର ଦାସ ଙ୍କ ଅଭିଯୋଗ କ୍ରମେ ସତ୍ଯବାଦୀ ଥାନା କେସନଂ୩୬୦ରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କ ଠାରୁ ଏକ ଖଣ୍ଡା,୪୭୦ ଟଙ୍କା, କାଠ ବାଡ଼ି ସହିତ ଟାଟା ପିକଅଫ ଭ୍ୟାନ୍। ମହମ୍ମଦ ଝରିର ନାମରେ ସତ୍ଯବାଦୀ ଥାନା ରେ ୨୪/୨/୨୦୨୫ ଓ ୮/୮/୨୦୨୫ରେ ଦୁଇଟି କେସ ରହିଥିବା ଥାନା ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୦/୨୦୨୫---୮,୩୫ Sakhigopal News,13/10/2025