ରାଧାକାନ୍ତ ବିଦ୍ଯାପୀଠର ୧୯୯୦ମସିହା ବ୍ଯାଚର ବନ୍ଧୁ ମିଳନ
ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପୀଠର ୧୯୯୦ ମସିହା ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ ହୋଇଛି । ବିଦ୍ୟାଳୟର ପୁରୁଣା ସ୍ମୁତି କଥାକୁ ମନେ ପକାଇ ବିଦ୍ୟାପୀଠର ଉନ୍ନତି କରଣ ଉପରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁପୁଜା କରିବା ସହ ଆଗାମି ଦିନରେ ହେବାକୁଥିବା ରାଧାକାନ୍ତ ବିଦ୍ୟାପିଠର ସୁବର୍ଣ୍ଣ ଜୟନ୍ତି କାର୍ଯ୍ୟକ୍ରମରେ ସହେଯାଗ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ କ୍ରିଡା ଶିକ୍ଷକ ରାଜ କିଶୋର ପ୍ରଧାନଙ୍କ ବିଦ୍ୟାଳୟ ପ୍ରତି ଅବଦାନକୁ ଛାତ୍ରଛତ୍ରୀ ମାନେ ମନେ ପକାଇଥିଲେ ।ପୂର୍ବତନ ଶିକ୍ଷକମାନଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀମାନେ ଆନନ୍ଦିତ ହୋଇଥିଲେ । ଶିକ୍ଷକ ରାଜ କିଶୋର ପ୍ରଧାନ,ପଦ୍ମ ଚରଣ ହରିଚନ୍ଦନ ବର୍ତ୍ତମାନର ଶ୍ରେଣି ଶିକ୍ଷକ ସନ୍ତୋଷ ମହାନ୍ତି,ପ୍ରଶାନ୍ତ ବିଶ୍ୱାଳ,କୃପାସିନ୍ଧୁ ସାହୁ ଓ ଶ୍ରୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବହ୍ମାନନ୍ଦ ପରିଡା,ରାମକୃଷ୍ଣ ପଟ୍ଟନାୟକ,ଟୁକୁନା ଛାଟେଇ,ମନୋଜ ପରିଡା,ବିଜୟ ପ୍ରଧାନ,ସ୍ୱପ୍ନାରାଣି ଛାଟେଇ ପ୍ରମୁଖ ବନ୍ଧୁ ମିଳନରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Radakanta bidha