Breaking News

ଆଦିତ୍ଯ ମେମୋରିଆଲ କବାଡି ପ୍ରତିଯୋଗିତା


ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୋଇ କବାଡି ଆସୋସିଏସନ୍ ପକ୍ଷରୁ ଗ୍ରାମର ବାଲୁଙ୍କେଶ୍ୱର ଦେବଙ୍କ ପଡିଆରେ ଦିନିକିଆ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସ୍ତରୀୟ ସ୍ୱିକୃତିପ୍ରାପ୍ତ ୮ ଦଳ ଭାଗ ନେଇଥିଲେ  । ପିପିଲି ଓ ଦାଣ୍ଡମକୁନ୍ଦପୁର କବାଡି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା  । ପିପିଲି ଟିମ ବିଜୟୀ ହୋଇଥିଲେ  । ମ୍ୟାନ ଅଫ ଦି ମ୍ୟାଚ ପ୍ରିୟ ରଞ୍ଜନ କାଣ୍ଡି, ମ୍ୟାନ ଅଫ ଦି ସିରିଜ୍ ପ୍ରଣୟ ବେହେରାଙ୍କୁ ମନୋନୀତ କରାଯାଇଛି  । ମ୍ୟାଚ ପରିଚାଳନା କରିଥିଲେ ରାମଚନ୍ଦ୍ର ସାହୁ, ଭଗବାନ ଦାସ, ସୁଚିତ୍ରା ଖଟୋଇ  । ପୁରଷ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ଅଜିତ୍ ମଙ୍ଗରାଜ, ଭୁବନେଶ୍ୱର ଆରବିଆଇ ସହକାରୀ ମହା ପ୍ରବନ୍ଧକ ଆଲୋକ ରଂଜନ  ରଣଗ୍ରହ ପ୍ରମୁଖ ଯୋଗଦେଇ ଚମ୍ପିୟନ୍ ଓ ରନସ୍ ଦଳକୁ ସିଲଡ୍ ଓ ନଗଦ ଟଙ୍କା ପ୍ରଦାନ କରିଥିଲେ । ଆଦିତ୍ୟଙ୍କ ବାପା ଯୋଗେନ୍ଦ୍ର ସାମନ୍ତରାୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା । ମନମୋହନ ରାଉତରାୟ ଏହାର ନେତୃତ୍ୱ ନେଇଥିଲେ । ସୁଶିଲ କୁମାର ବଳିୟାରସିଂହ, ନରେନ୍ ସାମନ୍ତରାୟ, ରାହୁଳ ମାନସିଂହ, ଜିତେନ୍ଦ୍ର ସାମନ୍ତରାୟ, ବିରଞ୍ଚି ଜେନା ଓ ସୁଧିର ରଂଜନ ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ । ମନମୋହନ ରାଉତରାୟ ଅତିଥି ପରିଚୟ ସଂଯୋଜନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts