ସ୍ୱାଧୀନତା ଦିବସରେ ଶୋଭାନୀୟ ଶିକ୍ଷାଶ୍ରମ ରେ ଅଭିନଵ କାର୍ଯ୍ୟକ୍ରମ
ସମ୍ବଲପୁର,---: ଧନୁପାଲି ପୁଟିବନ୍ଦ ଠାରେ ଥିବା ଶୋଭାନୀୟ ଆବାସିକ ଶିକ୍ଷାଶ୍ରମରେଳ ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରତିଭା ବିକାଶ ପାଇଁ ଅଭିନଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଶିକ୍ଷାଶ୍ରମର ସମସ୍ତ ଛାତ୍ର ଛାତ୍ରୀ ଗୁରୁମା ଗୁରୁଜୀଙ୍କ ଗହଣରେ ବିରବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରି ଶିକ୍ଷାଶ୍ରମ ପରିସରରେ ପତାକା ଉତ୍ତୋଳନ କରିଥିଲେ। ସମାଜସେବୀ ତଥା ମୁକ୍ତବୃତ୍ତି ତଥା ସାକ୍ଷୀଗୋପାଳ ନିୟୁଜର ସାମ୍ବାଦିକ ଡା. ରାଜାରାମ ଷଡ଼ଙ୍ଗୀ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ସମାଜସେବୀକା ସ୍ୱର୍ଣ୍ଣବାଳା ତ୍ରିପାଠୀ ଯୋଗଦେଇ ଭାରତ ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀ ମାନେ ଭାରତର ନବନିର୍ମାଣର ମୁକସାକ୍ଷୀ ହୋଇ ନିଜ ପ୍ରତିଭାରେ ନୁଆ ଆଲୋକ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଏହା ପରେ ପ୍ରଧାନ ଗୁରୁଜୀ ଅକ୍ଷୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ପ୍ରତିଭା ଅନ୍ୱେଷଣର ନୁଆ ଆଲୁଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓମ ପ୍ରକାଶ ଚାଉଳିଆ, ହିମାଂଶୁ କିସାନ, ବିଜୟ ବାଗ, ଶ୍ରୀକାନ୍ତ ରଣା, ସ୍ନେହା ଶର୍ମା, ପ୍ରିୟାଂଶୁ ନାଏକ ଓ ରୁପେଞ୍ଜୟ ପ୍ରଧାନ ପ୍ରମୁଖ ଦେଶ ସ୍ୱାଧୀନତା ଉପରେ ଓଡ଼ିଆ, ହୀନ୍ଦି ଓ ଇଂରାଜୀ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ପ୍ରିୟାଂଶି ପାଢ଼ୀ, ଓମଶ୍ରୀ ଗଡତିଆ ପ୍ରମୁଖ ଛାତ୍ର ଛାତ୍ରୀ ଦେଶାତ୍ମବୋଧକ ଗୀତ ନୃତ୍ୟ ପରିବେଷଣ କରି ନିଜ ପ୍ରତିଭାର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହାକୁ ଶିକ୍ଷଶ୍ରାମର ସମସ୍ତ ଗୁରୁମା, ଗୁରୁଜୀ ଓ କର୍ମଚାରୀ ସୁସଂଗଠିତ ଭାବେ ପରିଚାଳନା କରିଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୧୬/୮/୨୦୨୫---୧୨,୫୦ Sakhigopal News,16/8/2025