ରେଳ ଧାରଣାରୁ ଯୁବକଙ୍କର ମୃତ୍ଯୁ ଦେହ ଉଦ୍ଧାର
କନ୍ଦରପୁର-- କଟକ- ପାରାଦୀପ ରେଳ ଧାରଣାର ତାଳଦଣ୍ଡା କେନାଲ ଓଭରବ୍ରିଜ ନିକଟରେ ରେଳୱ ପୋଲିସ ଜଣେ ଯୁବକଙ୍କର ମୃତ୍ୟୁ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ଅନୁସନ୍ଦାନ ବେଳେ ଜଣାପଡିଛି ଯେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ମୁନି ଓରଫ ସୁନିଲ ମହାରଣା (୨୮) ବୁଧବାର ରାତିରେ ପରମହଂସ ବଣିଆ ସାହିରେ ଥିବା ତାଙ୍କ ଭଉଣୀ ଘରକୁ ନିଜ ସ୍କୁଟି ଯୋଗେ ଆସିଥିବା ତାଙ୍କ ପରିବାରଙ୍କ ଠାରୁ ଜଣାପଡିଥିଲା । ମାତ୍ର ସେ ଭଉଣୀ ଘରକୁ ନ ଯାଇ ରେଳ ଧାରଣାରେ ମରିକି ପଡିଥିବା ଦେଖାଯାଇଛି । ତାଙ୍କ ହାତରେ ମୋବାଇଲି ଥିବା ବେଳେ ମୁଣ୍ଡରେ ଗୁଳିବିଦ୍ଧ ହେବାଭଳି ଭଗୀର କ୍ଷତ ହୋଇଛି । ମୁନିଙ୍କୁ କେହି ଡାକିକି ଆଣି ଗୁଳି କରି ହତ୍ୟା କରିଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ଉକ୍ତ ମୋବାଇଲି ଓ ପୋଷ୍ଟମଷ୍ଟମ ରିର୍ପୋଟ ଆସିଲେ ଘଟଣାର ସତ୍ୟସତ୍ୟା ଜଣାପଡିବ ବୋଲି ରେଳ ପୋଲିସ କହିଛି ।
ବିଶେଷ ରିର୍ପୋଟ ଧୀରେନ୍ଦ୍ର ସେନାପତି