Breaking News

ରାସ୍ତା ଡିଭାଇଡରରେ ପିଟି ହୋଇ ଯୁବକଙ୍କର ମୃତ୍ଯୁ

ପିପିଲି-ପିପିଲି ଥାନା ଅନ୍ତର୍ଗତ ଗୁଡିଆପୋଖରି ଛକ ନିକଟରେ ଏକ ବାଇକିରେ ଯୁବକଟି ଆସୁଥିବା ସମୟରେ ରାସ୍ତାର ଡିଭାଇଡରରେ ପିଟି ହୋଇ ଗୁରୁତର ଅବସ୍ଥାରେ ପଡିଥିଲେ । ଖବର ପାଇ ଉତ୍ତରା ଫାଣ୍ଡି ଅଧିକାରି ଘଟଣାସ୍ଥଳେ ପହଞ୍ଚି ସ୍ଥାନିୟ ଲୋକମାନଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଥିଲେ ।  ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଛନ୍ତି । ସୂଚନା ଥାଉକି ଯୁବକଟି ସଂଧ୍ୟା ୬ଟା ରେ ସମୟରେ ପୁରୀରୁ ଭୁବନେଶ୍ୱରକୁ ଯାଉଥିଲେ । ମୃତ୍ୟୁ ଯୁବକଙ୍କର  ପରିଚୟ ମିଳି ପାରିନଥିବା ଉତ୍ତରା ଫାଣ୍ଡି ଅଧିକାରି ଅଶୋକ କୁମାର ଗୋଛାୟତ ଙ୍କ ଠାରୁ ପ୍ରକାଶ  । ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts