Breaking News

ଫସଲ ପର୍ଯ୍ଯାୟ ଭିତ୍ତିକ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ----ଡେଲାଙ୍ଗ ବ୍ଳକର କଅଁଳପଡା ଗ୍ରାମର ବୃନ୍ଦବାନ ଚନ୍ଦ୍ର ଦେବ ମନ୍ଦିର ପ୍ରାଙ୍ଗଣ ପରିସରରେ ପୂର୍ବ ଭାରତ ସବୁଜ ବିପ୍ଳବ ଯୋଜନା ଅନୁଯାୟୀ ଗ୍ରାମର ଚାଷୀ ମାନଙ୍କୁ ଏକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଶିବିରରେ ଗ୍ରାମର ପ୍ରାୟ ୫୦ ଜଣ ଚାଷୀ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଉପକୃଷି ନିର୍ଦ୍ଦେଶକ ପୁରୀ ଏସ. ଚନ୍ଦ୍ରଶେଖର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଟି ପରୀକ୍ଷା, ମାଟିଆଗୁଣ୍ଡି ପୋକ, ରୋଗ ଓ ସଠିକ ମାତ୍ରରେ କୀଟନାଶକ ଓøଷଧ ପ୍ରୟୋଗ , ଧାନ ପରେ ବିରି, ମୁଗ, ଆଦି ରବି ଫସଲ କରିବା ଓ   ବିହନ ବିଶୋଧନ ଉପରେ  ଆଲୋକପାତ କରିଥିଲେ  । ଡେଲାଙ୍ଗ ସହକାରୀ କୃଷି ଅଧିକାରୀ ସୋନାଲୀ ମିଶ୍ର , ସହକାରୀ ବୈଶୟିକ ମ୍ୟାନେଜର ଆଜାଦ୍ ବରାଳ ଯୋଗଦେଇ ଦେଇଥିଲେ ।  ପ୍ରଶିକ୍ଷଣ ଶିବିରକୁ ଆଲୋକମୟ ହରିଚନ୍ଦନ ପରିଚାଳନା କରିଥିଲେ  । ପ୍ରକାଶ କୁମାର ସାମନ୍ତସିଂହାର, ସରୋଜ କୁମାର ପଟ୍ଟନାୟକ, ପ୍ରଣବ ବଳିୟାରସିହ. ମହେନ୍ଦ୍ର ଛୋଟରାୟ, ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ସହଯୋଗ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts