Breaking News

ପେଣ୍ଠପଡା ପଞ୍ଚାୟତ ପକ୍ଷରୁ ଭଲିବଳ ପ୍ରତିଯୋଗିତା

 ସାକ୍ଷୀଗୋପାଳ -- ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ସତ୍ଯବାଦୀ ହାଇସ୍କୁଲ  ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତର ୪ଟି ଦଳ ଭାଗ ନେଇଥିଲେ  । ସେମାନଙ୍କ ମଧ୍ୟରୁ ଫାଇଭିଷ୍ଟାର   ଟିମ  ବ୍ଳକ ସ୍ତରରେ ହେବାକୁ ଥିବା ପ୍ରତିଯେଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି । ଅତିଥି ଭାବରେ ବିଜୁ ଯୁବ ବାହିନୀର ବ୍ଳକ ସଂଯୋଜକ ଅମୂଲ୍ଯ ମୋହନ ଷଢଙ୍ଗୀ ମୁଖ୍ଯ ଅତିଥି ଅନ୍ଯତମ ଅତିଥି ଭାବେ ପେଣ୍ଠପଡା ସରପଞ୍ଚଙ୍କ ପ୍ରତିନିଧି ନୀଳମଣି  ବେହେରା ଓ ନ୍ଯାୟବ  ସରପଞ୍ଚ ମଜିଦି ଖାଁ ଯୋଗଦେଇ   ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ  ପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି କେ ବିନୋଦ ବେହେରା , ସମ୍ପାଦକ ଅନନ୍ତ ବେହେରା, କୋଷାଧ୍ୟକ୍ଷ ସୁରଜ କୁମାର ହୋତାଙ୍କ ସହ  ଅନ୍ୟ ସଦସ୍ୟ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର  ସେନାପତି


Panchayta

Blog Archive

Popular Posts