Breaking News

ୱର୍କ ଅର୍ଡର ଜଣଙ୍କ ନାମରେ ଟଙ୍କା ପାଉଛି ଅନ୍ୟ ଜଣେ ; ସତ୍ଯବାଦୀ ବ୍ଳକର ନୂତନ ନୀୟମ

ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାର  ସତ୍ୟବାଦୀ ବ୍ଳକ ସବୁକ୍ଷେତ୍ରରେ ଆଗରେ  ।  ଲାଞ୍ଚ ନ  ଦେବାରୁ  ଜନଙ୍କ ପଇସା ଅନ୍ୟ ଜଣଙ୍କ ଅକାଉଣ୍ଟକୁ ପଠାଯାଉଛି । ଦିନେ ନୁହେିଁକି ମାସେ ନୁହେଁ ଚାରିମାସ ହୋଇଗଲା କାମ କରିକି ଅର୍ଥ ପାଇଁ ଦୌଡୁଛନ୍ତି ବ୍ଳକକୁ । ନ୍ୟାୟ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମାତ୍ର  ଫଳଶୂନ୍ୟ  ।  ଜଣଙ୍କ ନାମରେ ୱାର୍କ ଅର୍ଡର ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ସେ ଟଙ୍କା ମିଳୁନାହିଁ  । ଏଥିରୁ ଅନୁମାନ ସତ୍ୟବାଦୀ ବ୍ଳକ ଦୁର୍ନୀତିର ଏବେ ଏନ୍ତୁଡି ଶାଳ ପାଲିଟିଛି । ଥରେ ନୁହେଁ ଦୁଇ ଦୁଇ ଥର ଏପରି ଭୁଲ ହୋଉଛି କିପରି ତାହା ଆଚାର୍ଯ୍ୟ ଲାଗୁଛି । 

 ସୂଚନାଯୋଗ୍ୟ ଯେ ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମର  ପ୍ରଦୀପ ପ୍ରଧାନ ପିତା- ପ୍ରଭାକର ପ୍ରଧାନଙ୍କ ନାମରେ ଏକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଥିଲେ  । ମାତ୍ର କ୍ରମିସଂଖ୍ୟା ଓ ବିଭିନ୍ନ ଦିଗକୁ ବିଚାରକରି ପ୍ରଦୀପ ପ୍ରଧାନ ପାଇବା ଆଗରୁ  ସେ ହାତଗୁଞ୍ଜା ନ ଦେବାରୁ ତାଙ୍କ ନାମ ବଦଳରେ ସେହି ଗ୍ରାମର ଅବିବାହିତା ଓ ତାଲିକାରେ ନାମ ନ ଥିବା ପ୍ରଦୀପ ପ୍ରଧାନ  ପିତା ପ୍ରଭାକର ପ୍ରଧାନଙ୍କୁ ୱାର୍କ ଅର୍ଡର ଦେବା ସହ ତାଙ୍କ ନାମରେ ୩୧-୩-୧୮ରେ ୨୦ ହଜାର ଟଙ୍କା ବ୍ଳକ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା  । ମାତ୍ର ପକୃତ ହିତାଧିକାରୀ ପ୍ରଦୀପ ଏହା ଜାଣିପାରି ତୁରନ୍ତ ବିଡିଓ ଓ ପୁରୀ ଜିଲ୍ଲାପାଳ , ପିଡି ସମସ୍ତଙ୍କୁ ଜଣାଇଥିଲେ  । ବହୁ ସଂଗ୍ରାମ କରିବା ପରେ ବିଡିଓ ସମସ୍ତ କାଗଜ ପତ୍ର ତଦନ୍ତ କରିବା ପରେ ପକୃତ ହିତାଧିକାରୀ ପ୍ରଦୀପ ପ୍ରଧାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର ଟଙ୍କା ପଠାଇବା ସହ ୱାର୍କ ଅର୍ଡର ପ୍ରଦାନ କରିଥିଲେ  । ପ୍ରଦୀପ ଟଙ୍କା ଉଠାଇ ଘର ତିଆରି କରିବା ପରେ ଦ୍ୱତୀୟ କିସ୍ତି ପାଇଁ  ଅନେଇକି ରହିଛି ମାତ୍ର ଟଙ୍କା ମିଳୁନାହିଁ  । ପ୍ରଦୀପ ବୁଝିଲା ବେଳକୁ  ବ୍ଳକ ଚେକନଂ ୦୮୦୮୨୦୧୮୪୦୩୨୩-୧ ୧୦-୮-୧୮ରେ ପୁଣି ସେହି ଯୁବକ ପ୍ରଦୀପ ଅକାଉଣ୍ଟକୁ ଟଙ୍କା ପଠାଯାଇଛି । ଏହା ମଧ୍ୟମରେ ଚାରିମାସ ହୋଇଗଲା ପକୃତ ହିତାଧିକାରୀ ଟଙ୍କା ପାଇଲା ନାହିଁକି ଘର କରି ପାରିଲା ନାହିଁ  ।  ହିତାଧିକାରୀ ରାଜ୍ୟ ସରକାରଙ୍କ ବୋନସ ପାଇବାରୁ ବଞ୍ଚିତ ହେଲେ  । ଏଥିପାଇଁ କିଏସେ ଦାୟୀ  । ହିତାଧିକାରୀ ବୋନସ ପାଇବକି ନାହିଁ  । ଯେଉଁ ଯୁବକ ଜଣଙ୍କ ଆକଉଣ୍ଟକୁ ବ୍ଳକ ପ୍ରଶାସନ ଟଙ୍କା ଦେଇଛନ୍ତି ସେ ଟଙ୍କା ଫେରାଇବ କେବେ  । ଏ ବିସୟରେ  ସତ୍ୟବାଦୀ ବ୍ଳକ ବିଡିଓ ଡ; ଗୌରବ ମୟ ପ୍ରଧାନଙ୍କୁ ପଚାରିବାରୁ ସେ କହନ୍ତି ଉକ୍ତ ବ୍ୟଙ୍କକୁ  ଓ ହିତାଧିକାରୀଙ୍କୁ ନୋଟିସ କରାଯାଇଛି ତୁରନ୍ତ ଟଙ୍କା ଫେରସ୍ତ କରିବା ପାଇଁ  । ଟଙ୍କା ଫେରାଇବା ପରେ ଯାହାକିଛି କରାଯିବ ବୋଲି କହନ୍ତି ।  ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେଇ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବା ପାଇଁ କଂଗ୍ରେସ କର୍ମୀ ମାନେ ଦାବୀ କରିଛନ୍ତି । ନଚେତ ଅଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts