Breaking News

ଅଳ୍ପକେ ବତ୍ତିଲେ ୪୦ଜଣ ଯାତ୍ରୀ

ପିପିଲି--- ପୁରୀ-- ଭୁବନେଶ୍ୱର ୩୧୬ନଂର ଜାତୀୟ ରାଜପଥ  ଦାଣ୍ଡମକୁନ୍ଦପୁର ଛକରୁ ବାଇପାସ ରାସ୍ତାରେ ଏକ ବସ ଓ କାର ମଧ୍ୟରେ ଧକ୍କା ହୋଇଥିଲା । ମାତ୍ର ବସରେ ଥିବା ଓ କାରରେ ଥିବା ଯାତ୍ରୀ ମାନଙ୍କର କୌଣସି କ୍ଷତି ହୋଇନାହିଁ  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପ୍ରାୟ ୪୫ ଜଣ ଯାତ୍ରୀ ବୋଲି ଦେଖାଣାହାରୀଙ୍କ ଠାରୁ ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ପୁରୀରୁ ବରମୁଣ୍ଡା ଯାଉଥିବା ଓଆର, ୧୩ ବି. ୦୪୦୫ ଶ୍ରୀ ଦୁର୍ଗା ବସଟି ତା ଆଗରେ ଭୁବନେଶ୍ୱର ଯାଉଥିବା ମାରୁତୀ ଅଲେଟୋ ସୁଜୁକି ଓଆର, ୦୨- ଏଏ- ୯୨୫୨କାରରେ ଚାରିଜଣ ଯାତ୍ରୀ ଥିଲେ  । ଭୁବନେଶ୍ୱର ପ୍ରତିମା ସେଠୀଙ୍କ ନାମରେ କାରଟି ରହିଛି  । ବସଟି କାରକୁ ଓଭରଟେକ କରି ପଳେଇବାକୁ ବସିଥିବା ବେଳେ କାର ଓ ବସ ମଧ୍ୟରେ ଧକ୍କା ଲାଗିଥିଲା  । ବସଟି କାରକୁ ରକ୍ଷା କରିବାକୁ ଯାଇ ରାସ୍ତାର ଡିଭାଇଡର ଉପରେ ଚଡି ଯାଇଥିଲା  । ଯାହା ଫଳରେକି ଦୁଇଟି ଯାକ ଗାଡିର ଯାତ୍ରୀ ମାନେ ସୁରକ୍ଷିିତ ଅଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରହିଛି  । 

ପିପିଲିରୁ ବିଜୟ ମହାପାତ୍ର 
Pipili bus and car

Blog Archive

Popular Posts