ସତ୍ଯବାଦୀ ବ୍ଳକର ପକ୍ଷୀମୁଣ୍ଡ ଠାରେ ସ୍ବାସ୍ଥ୍ଯ ପରାମର୍ଶ ଶିବିର
ସାକ୍ଷୀଗୋପାଳ ---ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ଓ ସେବା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପକ୍ଷୀମୁଣ୍ଡ ଠାରେ ଏକ ସ୍ୱାସ୍ଥ୍ୟ ପରାମର୍ଶ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥିବା କିଛି ମହିଳା ପୁରୁଷଙ୍କୁ ଶୀତ ଦିନିଆ କମ୍ବଳ ଅନୁଷ୍ଠାନ ପକ୍ଷରୁ ବଣ୍ଟନ କରାଯାଇଛି । ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରେ ଭାରତ ବିକାଶ ପରିଷଦର ଓଡିଶା ପ୍ରାନ୍ତ ସଭାପତି ଜଗନ ମୋହନ ପଟ୍ଟନାୟକ , ରାଜ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଠିଆ, ଡ. ବିକାଶ ପ୍ରସାଦ, ଡ. ସୁଦର୍ଶନ ପତି ସମାଜସେବୀ ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ପରାମର୍ଶ ସମ୍ପର୍କରେ ବିଭିନ୍ନ ମତ ଦେଇଥିଲେ । ସେବାର ସଭାପତି ନଟବର ଆଚାର୍ଯ୍ୟ, ପରାମର୍ଶ ଦାତା ସତ୍ୟବାଦୀ ଦାସ ଶିବିରଟିକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟମରେ ଅନୁଷ୍ଠାନର ସମ୍ପାଦକ ଭ୍ରମର ବର ସ୍ୱାଇଁ, ଉପସଭାପତି ନବଘନ ଶତପଥି, ମୁନ୍ନା ହୋତା, ମଧୁଜେନା, ବିଷ୍ଣୁ ମହାରଣା, ପ୍ରଫୁଲ ପ୍ରଧାନ ଶାସ୍ୱତ ଦାସ ଓ ଦୁଃଖିଶ୍ୟାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶୀତବସ୍ତ୍ର ପ୍ରଦାନ ସମୟରେ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ରବିନ୍ଦ୍ର ଜେନା ଓ ସଂଜୁକ୍ତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି