Breaking News

ଜେଲରେ ମାରପିଟି ହୋଇ ଜଣେ କଏଦୀଙ୍କର ମୃତ୍ଯୁ , କ୍ଷତିପୁରଣ ଦାବିରେ ରାସ୍ତାରୋକ

ବାଲିଗୁଡା –---କନ୍ଧମାଳ କୋଟଗଡ ବ୍ଳକର ଖଣ୍ଡିଆଗୁଡା ଠାରେ କଏଦୀର ମୃତକୁନେଇ ଉତେଜନା ପ୍ରକାଶ ପାଇଛି । ଗତକାଲି ଫୁଲୁବାଣି ଜେଲ ଭିତରେ ଦୁଇଜଣ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଲକ୍ଷ୍ମଣ ନାୟକ ବୟସ ୬୦ବର୍ଷ ମୃତ୍ଯୁ ବରଣ କରିଛନ୍ତି । ତାଙ୍କ ଘର  କୋଟଗଡ ବ୍ଳକ ଖଣ୍ଡିଆଗୁଡାର ବୋଲି ଜଣାପଡିଛି ।  ଲକ୍ଷ୍ମଣ ନାୟକ ଏକ ନାବାଳିକା ଦୁର୍ଷକର୍ମ ମାମଲାରେ ୪ବର୍ଷ ହେଲା ସଜା କାଟୁଥିବା ବେଳେ କୈଣସି କାରଣରୁ ଜେଲଭିତରେ ଗଣ୍ଡଗୋଳଘଟି ଅନ୍ୟ କଏଦୀ ଜଣକ ପଥରରେ ଛେଚି ହତ୍ୟାକରିଥିବା ଜଣାପଡିଛି ।ଆଜି ସକାଳେ ମୃତ ଲକ୍ଷ୍ମଣ ନାୟକଙ୍କ ଶବ ବ୍ଯବଛେଦ ପରେ  ଆମ୍ବୁଲାନସ ଯୋଗେ ନିଜଗାଁ ଖଣ୍ଡିଆଗୁଡାକୁ ଅଣାଯାଉ ଥିବାବେଳେ ଗ୍ରାମ ଲୋକମାନେ ଉତେଜିତ ହୋଇ ଉକ୍ତ ଆମ୍ବୁଲାନସକୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ ।  ଯାହା ଫଳରେକି ବାଲିଗୁଡା କୋଟଗଡ ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି ।  ସୂଚନା ଅନୁଯାଇ ମୃତବ୍ୟକ୍ତିଙ୍କ  ପରିବାରକୁ କ୍ଷତିପୂରଣ ବାବଦରେ ୧୦ଲକ୍ଷ ଟଙ୍କା ଦେବାକୁ ଗ୍ରାମବାସୀ ପ୍ରଶାସନ ପାଖରେ ଦାବିକରି ରାସ୍ତା ଅବରୋଧ କରିଥିବା ଜଣାପଡିଛି ।  ବତ୍ତମାନ ସୁଧା କୈଣସି ପ୍ରଶାସନିକ ଅଧିକାରି ଘଟଣା ସ୍ଥଳରେ ପହଁଞ୍ଚି ନଥିବା ଜଣାପଡିଛି ।ଏହା ଦ୍ବାରା ଖଣ୍ଡିଆଗୁଡା ଛକରେ ଶହ,ଶହ,ଗାଡି ମୋଟର ଅଟକି ରହିଛି ।
ବାଲିଗୁଡାରୁ ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା

Jela bitera

Blog Archive

Popular Posts