Breaking News

ଦେଶୀ ବନ୍ଧୁକ ସହିତ ଯୁବକ ଗିରଫ


ଜଟଣୀ : ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଏକ ପେଟ୍ରୋଲିଂ ଟିମ ସାନ୍ଧ୍ୟକାଳୀନ ପେଟ୍ରୋଲିଂ କରୁଥିଲେ । ବେଣାପଞ୍ଜରୀ ଗ୍ରାମର ଅଭିଯୁକ୍ତ ଏମଡି. ଅରବାଜ ଓରଫ ମଙ୍ଗୁଳୁ(22)  ବେଆଇନ ଭାବେ ନିଜ ପାଖରେ ବନ୍ଧୁକ ରଖିଥିବା ନେଇ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପେଟ୍ରୋଲିଂ ଟିମ ଅବିଳମ୍ବେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମଙ୍ଗୁଳୁଙ୍କୁ କାବୁ କରିବା ସହ ଛାନଭିନ କରିଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ  ଏକ ଦେଶୀ ବନ୍ଧୁକ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ଗତ ପନ୍ଦର ଦିନ ହେବ ଉକ୍ତ ଦେଶୀ ବନ୍ଧୁକକୁ ନିଜ ପାଖରେ  ରଖିଥିବା ସ୍ଵୀକାର କରିଥିଲେ । ମଙ୍ଗୁଳୁ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ତାଙ୍କ ନାମରେ ବିଭିନ୍ନ ଥାନାରେ ୧୬ଟି ରୁ ଅଧିକ ଭିନ୍ନ ଅପରାଧିକ ମାମଲା ମାନ ରହିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏ ନେଇ ଥାନାରେ ୪୭୩/୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୦/୨୦୨୫---୧୦,୨୦ Sakhigopal News,16/10/2025

Blog Archive

Popular Posts